ପଦ୍ମପୁର, ୯/୩ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମପଞ୍ଚାୟତର ବଲାଙ୍ଗିର ଠାରେ ରାଜବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଆମ ଆଦମୀ ପାର୍ଟିର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀ ବାଲ୍ମିକୀ ନାଏକ ଯୋଗଦାନ କରି ଖେଳ ର ମହତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଖେଳାଳୀ ତଥା ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନୀ ମ୍ୟାଚଟି ଡଭା ସହ ଚୁହୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଚୁହୁରା ଦଳ ଡଭାକୁ ହରାଇ ବିଜେତା ବୋଲି ଘୋଷିତ ହୋଇଥିଲେ। ଝାରବନ୍ଧ ବ୍ଲକର ଦଳୀୟ କର୍ମୀ ତଥା ସମ୍ପାଦକ ଡୋଲାମଣୀ ନାଏକ, ଡଭା ଗ୍ରାମପଞ୍ଚାୟତର ସଭାପତି ରୂପେନ୍ଦ୍ର ସାହୁ, ଡଭା ଗ୍ରାମପଞ୍ଚାୟତର ସମ୍ପାଦକ ନରେନ୍ଦ୍ର ସାହୁ, ଝାରବନ୍ଧ ବ୍ଲକ ପ୍ରବକ୍ତା ପଦ୍ମନ ରଣା, ଚତୁର୍ଭୁଜ ସାହୁ, ଦେବେଶ ସାହୁ, ଡୋଲାମଣୀ ଗଣ୍ଡ ପ୍ରମୁଖ ଉଦଯାପନୀ ଉତ୍ସବରେ ଯୋଗଦାନ କରିଥିଲେ।