ବୌଦ୍ଧ, ୨୯/୩ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ/ରଞ୍ଜନ ପାତ୍ର): ବୌଦ୍ଧ ସହରର ନୂଆସାହି ରେ ବୁଲିଲା ଖଣ୍ଡା । ବାବା ଛଦ୍ମବେଶରେ ଧାରୀ ଯୁବକ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଥିବା ଜଣାପଡିଛି । ପ୍ରାଣ ବଞ୍ଚାଇବା ପାଇଁ ଦୋକାନ ଭିତରେ ଆଶ୍ରୟ ନେଲେ ମହିଳା । ମହିଳାଙ୍କ ମୁଣ୍ଡ ଓ ହାତରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଘଟଣା ଘଟାଇ ଅଭିଯୁକ୍ତ ଯୁବକ ଫେରାର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ବୌଦ୍ଧ ସହର ନୂଆସାହିର ରେ । ଘଟଣା ସ୍ଥଳରେ ପୋଲିସର ଛାନଭିନ ଆରମ୍ଭ । ମହିଳା ଜଣକ ହେଲେ ବୁଟୁପାଲି ର ପ୍ରିୟଙ୍କା ସେଠୀ ।