BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଗାଇସିଲେଟ, ୨୦/୩ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମରେ  ସ୍ପାର୍ଟନ ସ୍ପୋଟିଂ  କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୧୫ ତାରିଖ ରୁ ଆରମ୍ଭ ହୋଇ ୧୯ ତାରିଖରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଗ୍ରାମର ଗୌନ୍ତିଆ ମାନ ଭଞ୍ଜନ ବରିହା ଏହି ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ  ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ବିଜେପି ନେତା ଡ ସୁଶିଲ ଶର୍ମା  ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସୁଶାନ୍ତ ପଣ୍ଡା, ଯୋଗ ଦେଇଥିଲେ । ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ଖଇରପାଲି ଓ କନ୍ଦାଗାଡ ଫାଇନାଲ ମ୍ୟାଚ୍‌ କୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚ ରେ ଟସ୍ ଜିତି ପ୍ରଥମେ ଖଇରପାଲି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୪ ଓଭର ରେ ୩ ଉଇକେଟ ହରାଇ ୬୦ ରନ୍ କରିଥିଲା ଜବାବ ରେ କନ୍ଦାଗାଡ କ୍ରିକେଟ କ୍ଲବ ୩ ଉଇକେଟ ହରାଇ ୬୦ ରନ୍ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ଖଇରପାଲି ଅତି ସହଜରେ ଜିତି ଚମ୍ପିୟାନ ହୋଇଥିବା ବେଳେ ପରିଶେଷରେ ବିଜେତା ଦଳ କୁ ଟ୍ରଫି ସହ ୧୦ ହଜାର ଟଙ୍କା  ରନର୍ସଅପ୍‌ ଦଳ ପାଇଁ ଟ୍ରଫି ସହ ୬ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଲୁଲୁ ବଢେଇ ଓ ନରେନ୍ଦ୍ର ବରିହା ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ତ୍ରିନାଥ ସାହୁ ସ୍କୋରର, ବିଜୟ ସେଠ ଧାରା ବିବରଣୀ ପ୍ରଦାନ କରିଥିଲେ । ସାନ ବରିହା ଏବଂ ରାଧାକୃଷ୍ଣ ବରିହାଙ୍କ ନେତୃତ୍ୱ ରେ  ସ୍ପାର୍ଟନ ସ୍ପୋଟିଂ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଓ କଟାବାହାଲ ଗ୍ରାମ ବାସୀ ଙ୍କ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା ।