BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବରଗଡ଼, ୩/୩ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସରେଇକେଲା ଗାଁ ର ଜୟ ମାଁ ପୁଢ଼ି କ୍ରିକେଟ ଟିମ ର ଖେଳାଳୀ ଗଣ  କ୍ରିକେଟ ଖେଳି ଜିତିଥିବା ପୁରସ୍କାର ରାଶି କୁ ନେଇ ଭୋଜିଭାତ କରିବା ବଦଳରେ ଗାଁ ର ଉଚ୍ଚ ପ୍ରାଥମିକ ସ୍କୁଲ ର ଉନ୍ନତି ପାଇଁ ୧୦୦୦୦ ଟଙ୍କା ମୋ ସ୍କୁଲ ଅଭିଯାନ ପାଣ୍ଠି ପାଇଁ ଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l ଗ୍ରାମବାସୀ ଙ୍କୁ ସହଯୋଗ ରାଶି ପ୍ରଦାନ ସମୟରେ କ୍ରିକେଟ ଟିମ ର କ୍ୟାପଟେନ ହିତେଶ ପ୍ରଧାନ ଓ ରାକେଶ ବରିହା, ଓମ ବିଶ୍ୱାଳ, ଆଶିଷ ଖର୍ଶେଲ, ଶ୍ରୀତମ ନାଏକ, ହରେଶ କଶ୍ୟପ, ଗଜିନ୍ଦ୍ର ପଟେଲ, ଅଙ୍କିତ ପ୍ରଧାନ, ସମୀର ନାଏକ, ସୁଦାମ ନାଏକ ଆଦି ଖେଳାଳୀ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଏହି ଟଙ୍କା ରେ ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପାଇଁ ବେଞ୍ଚ ଡେସ୍କ କିଣାହେବ l କ୍ରିକେଟ ଟିମ ର ପିଲାମାନଙ୍କ ଏଭଳି ମହତ ଚିନ୍ତାଧାରା ଓ ବଦାନ୍ୟତା ପରବର୍ତ୍ତୀ ପିଢ଼ି କୁ ନିଶ୍ଚିତ ଅନୁପ୍ରାଣିତ କରିବ l ଗ୍ରାମବାସୀ ସମେତ ଅଞ୍ଚଳବାସୀ କ୍ରିକେଟ ଟିମ ର ପିଲାମାନଙ୍କ ଭୁରି ଭୁରି ପ୍ରଶଂସା କରିବା ସହିତ ସେମାନଙ୍କ ଖେଳ ର ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି l ଗ୍ରାମବାସୀ ଙ୍କ ସୂଚନା ଅନୁସାରେ ଏହି ପିଲା ମାନଙ୍କୁ ଆଗାମୀ ଶିବରାତ୍ରି ଦିନ ଗ୍ରାମବାସୀ ଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯିବ l