BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଦିଲ୍ଲୀ, ୨୧/୩ (ପଶ୍ଚିମ ଓଡିଶା ବାର୍ତ୍ତା): ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ଆକ୍ସନମୋଡକୁ ଆସିଛନ୍ତି ଆମ୍ ଆଦମୀ ପାର୍ଟିର ନେତା । ଗିରଫ ହେବା ମାତ୍ରେ ଆମ୍ ଆଦମୀ ପାର୍ଟି ତରଫରୁ ରାତିରେ ଶୁଣାଣି ପାଇଁ କୋର୍ଟରେ ଆବେଦନ କରାଯାଇଛି । ଦଳର ନେତ୍ରୀ ଆତିଶୀ ମାରଲେନା କହିଛନ୍ତି କି ଇଡି ଦ୍ୱାରା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗରିଫଦାରୀକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଆଜି ରାତିରେ ଶୁଣାଣି କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ସେପଟେ ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ କହିଛନ୍ତି କି, ଗିରଫଦାରୀ ପରେ ବି କେଜ୍ରିୱାଲ ଇସ୍ତଫା ଦେବେ ନାହିଁ ।

ଇଡିର ଟିମ୍ କେଜ୍ରିୱାଲଙ୍କ ବାସଭବନରେ ପହଂଚିବା ପରେ ଆପ୍ ନେତା କହିଥିଲେ କି, ପ୍ରଧାନମନ୍ତ୍ରୀ ମୋଦୀ କେବଳ କେଜ୍ରିୱାଲଙ୍କୁ ଭୟ କରୁଛନ୍ତି । ସାରା ଦେଶରେ ମୋଦୀଙ୍କ ବିକଳ୍ପ ଭାବେ ଅରବିନ୍ଦ କେଜ୍ରିୱାଲ ଉଭା ହୋଇଛନ୍ତି । କେଜ୍ରିୱାଲଙ୍କୁ ଗିରଫ କଲେ ସାରା ଦେଶର ପ୍ରତିଟି ସହରରେ କେଜ୍ରିୱାଲଙ୍କ ଚିନ୍ତାଧାରା ନେଇ ଲକ୍ଷ ଲକ୍ଷ ଲୋକ ଜନ୍ମ ହେବେ ।