ଖପ୍ରାଖୋଲ, ୨୮/୩ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ବନମାଲ ଗାଁ ଖେଳପଡିଆ ଠାରେ ବନମାଲ କ୍ରିକେଟ କ୍ଲବ ଆନୁକୁଲ୍ୟ ରେ ସୁଶିଲ ଭୋଇ ମେମୋରିଆଲ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚ୍ ବଡଗୁର୍ଜିଭଟା ଓ ତୁର୍ଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବଡଗୁର୍ଜିଭଟା ଦଳ ଟସ୍ ଜିତି ବ୍ୟାଟିଂ କରି ୧୨ ଓଭର ରେ ୩ ୱିକେଟ ହରାଇ ୧୯୯ ରନ ସଂଗ୍ରହ କରିଥିଲା । ଜବାବରେ ତୁର୍ଲା ଦଳ ୧୧ ଓଭରରେ ସମସ୍ତ ୱେଇକେଟ ହରାଇ ମାତ୍ର ୬୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଯାହା ଫଳରେ ବଡ଼ଗୁର୍ଜିଭଟା ଚମ୍ପିଅନ ହୋଇଥଲା । ଅମ୍ପାୟାର ରୁପେ ସୁଦାମ ଭୋଇ ଓ ସୁମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ସୁନୀଲ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଭୋଲା ଭୋଇ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ପ୍ୟାକ୍ସ ସଭାପତି ଶେଷଦେବ ଧରୁଆ ସମ୍ମାନିତ ଅତିଥି ରୁପେ ସଢାନନ ଭୋଇ, ବିଜୁ ସୁନା ଯୋଗଦେଇ ଚାମ୍ପିୟନ ଦଳକୁ ନଗଦ ଟ୍ରଫି ସହ ନଗଦ ୧୨ ହଜାର ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଶଶିଭୂଷଣ ସାହୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନକୁଲ, ରୁଦ୍ର, ଭାସ୍କର, ଅନିଲ, ରାଜୁ, ସଞ୍ଜୟ, ସୁଶାନ୍ତ ପ୍ରମୁଖ କ୍ରିକେଟ୍ କ୍ଲବ୍ ସଦସ୍ୟ ଉପସ୍ଥିତ ଥିଲେ ।