BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଦିଲ୍ଲୀ, ୨୧/୩ (ପଶ୍ଚିମ ଓଡିଶା ବାର୍ତ୍ତା): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗିରଫ କରିଛି । କେଜ୍ରିୱାଲଙ୍କ ଗିରଫ କରିବା ପରେ ତୁରନ୍ତ ଆମ୍ ଆଦମୀ ପାର୍ଟି ସୁପ୍ରିମ କୋର୍ଟରେ ଆଜି ରାତିରେ ଶୁଣାଣି କରିବାକୁ ଆବେଦନ କରିଛି । ଏହାସହ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ମାରଲିନା କହିଛନ୍ତି କି, ଜଣ ଜଣ କରି ଦିଲ୍ଲୀ ସରକାରର ସମସ୍ତ ମନ୍ତ୍ରୀଙ୍କୁ ଗିରଫ କରାଗଲେ ବି ଜେଲରୁ ଦିଲ୍ଲୀ ସରକାର ଚାଲିବ ।ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଯାଂଚ କରିଥିଲା । ଏହାସହ ଦୀର୍ଘ ସମୟ ଧରି କେଜ୍ରିୱାଲଙ୍କୁ ଜେରା କରିବା ପରେ ଗିରଫ କରିଛି । ଏହି ମାମଲାରେ ଏହା ପୂର୍ବରୁ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ, ସଂଜୟ ସିଂଙ୍କୁ ମଧ୍ୟ ଇଡି ଗିରଫ କରିଛି ।