ବୌଦ୍ଧ, ୩୦।୩ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରଂଜନ ପାତ୍ର): କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଖେଳ ପଡିଆରେ ୟୁବୋଦୟ ୟୁଥ କ୍ଳବ ଦ୍ୱାରା ଆୟୋଜିତ ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଅନ୍ତିମ ଖେଳ ଲଣ୍ଡାବାହାଲ ଓ ଫଟାମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଫଟାମୁଣ୍ଡା ଦଳ ଟସ ଜିଣି ବ୍ୟାଟିଂ ପାଇଁ ଲଣ୍ଡାବାହାଲ ଦଳକୁ ନିମନ୍ତ୍ରଣ କରିଥିଲା l ୮ ଓଭର ବିଶିଷ୍ଟ ଖେଳରେ ଲଣ୍ଡାବାହାଲ ଦଳ ୧୦୦ ରନ ସଂଗ୍ରହ କରିଥିଲା l ବିପକ୍ଷ ଫଟାମୁଣ୍ଡା ଦଳ ନିର୍ଦ୍ଧାରିତ ଓଭରରେ ରନ ସଂଗ୍ରହ କରି ନପାରି ପରାଜିତ ହୋଇଥିଲା l ଅଜୁ କଳତା ଓ ଖଗପତି ଠେଲା ଖେଳ ପରିଚାଳନା କରିଥିଲେ l ଶିବ ଶଙ୍କର କାଲସେ, ଶଙ୍କର ସାହୁ ଓ ପ୍ରଦୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ l ଯୁବରାଜ ମଲିକ ସ୍କୋରର ଥିଲେ l ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ରଣା ମୁଖ୍ୟଅତିଥି, ଶିକ୍ଷାବିତ ନୀଳାଚଳ ଭୋଇ, ସମାଜସେବୀ ସମୀର ଖଟୁଆ, ଜିଲା ପରିଷଦ ପ୍ରତିନିଧି ଲୋକେଶ ଭୋଇ, ଉମା ସରପଞ୍ଚ ଦୌଲଥ ପାଣ୍ଡେ, ପୂର୍ବ ସମିତି ସଭ୍ୟ ଯଶୋବନ୍ତ କର୍ମୀ, ସଞ୍ଜିତ କମ୍ପ, ୱାର୍ଡ ସଭ୍ୟ ଦେବଘନ ନାଗ, ବରିଷ୍ଠ ବ୍ୟକ୍ତି ଖଗେଶ୍ୱର ଭୋଇ, ସମାଜସେବୀ ଅଭିନାଶ କମ୍ପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଉ ଉଭୟ ଦଳକୁ ଟ୍ରଫି ସମେତ ଅର୍ଥରାଶି ପୁରସ୍କୃତ କରିଥିଲେ l ୟୁବୋଦୟ ୟୁଥ କ୍ଲବ ଉପଦେଷ୍ଟା ବଂଶୀଧର ମାଝୀ, ସଭାପତି ପରମାନନ୍ଦ ଠେଲା, ସମ୍ପାଦକ ଜିତେନ୍ଦ୍ର ଭୋଇ, କ୍ରିକେଟ କ୍ଳବ ମ୍ୟାନେଜର ଦେବେନ୍ଦ୍ର ଭୋଇ, ସଭାପତି ମଧୁମଙ୍ଗଳ ଭୋଇ, ସମ୍ପାଦକ ନବୀନ ଠେଲା, ଅଧିନାୟକ ଶରତ ମାଝୀ, ସଦସ୍ୟ ଭୀମରାଜ ଭୋଇ, ପୂର୍ଣ୍ଣଚନ୍ଦ୍ର ଠେଲା, ଭଜମନ ଘିଭେଲା, ଶଶୀ, ବୀରେନ୍ଦ୍ର, ବିପ୍ର, ରମା, ଶ୍ୟାମ ପ୍ରମୁଖ ସହଯୋଗ କରିଥିଲେ l