ଯୋଡ଼ା, ୨୧/୩ ପଶ୍ଟିମ ଓଡିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଶାସ୍ତ୍ରୀନଗର ସ୍ଥିତ ଦୁଇ ୩ ଦିନିଆ ଦିବାରାତ୍ରି କ୍ରିକେଟ ସର୍ଟ ବାଉଣ୍ଡରି ଟୁର୍ଣ୍ଣାମେଂଟ ସୀତାରାମ ରୁଙ୍ଗଟା କମ୍ପ୍ଲେକ୍ସ ରେ ଚଳିତ ୧୬ ରୁ ଆରମ୍ଭ ହୋଇ ୧୮ ତାରିଖରେ ଉଦଯାପିତ ହୋଇଥିଲା।ଏହି ଟୁର୍ଣ୍ଣାମେଂଟ ରେ ମୋଟ ୨୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ଫାଏର ଫୋର୍ସ ଟିମ ରାଇଜିଙ୍ଗ ଷ୍ଟାର ଯୋଡ଼ା କୁ ସେମିଫାଇନାଲ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟପଟେ କେ.ଇ.ସି ଯୋଡ଼ା ସେଭେନ ଲୁଜର ଯୋଡ଼ା କୁ ପରାସ୍ତ କରି ଫାଇନାଲରେ ରେ ପ୍ରବେଶ କରିଥିଲା । ଫାଇନାଲ ମେଚ ଫାୟାର ଫୋର୍ସ ବନାମ କେ.ଇ.ସି ମଧ୍ୟରେ ରେ ଏକ ରୋମାଞ୍ଚକ ଖେଳ ଦେଖିବାକୁ ମିଳିଥିଲା।ଏହି ମେଚ ରେ ଫାଏର ଫୋର୍ସ ପ୍ରଥମେ ୬ ଓଭର ରେ ବିସ୍ପୋଟକ ବ୍ୟାଟିଂ କରି ୧୧୮ ରନ ଟାର୍ଗେଟ ଦେଇଥିଲେ।ଦିତୟୀ ଇନିଂସ ରେ କେ.ଇ.ସି ଟିମ ଟାର୍ଗେଟ କୁ ପିଛାକରି ଫାୟାର ଫୋର୍ସ ର ଘାତକ ବୋଲିଂ କୁ ସାମ୍ନା କରି ମାତ୍ର ୬୦ ରନ ରେ ସୀମିତ ରହି ପରାଜୟ ହୋଇଥିଲା ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ ଯୋଡ଼ା ଚିଫ ରବୀନ୍ଦ୍ର କୁମାର ଏବଂ ଯୋଡ଼ା ଟ୍ରକ ସଙ୍ଘ ସମ୍ପାଦକ ସୁଶାନ୍ତ କୁମାର ବାରିକ ସଂମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଫାଇନାଲ୍ ମେଚ ରେ ସନ୍ତୋଷ କୁମାର ଅଧିକାରୀ ମ୍ୟାନ ଅଫ ଦି ମେଚ ଓ ଟୁର୍ଣ୍ଣାମେଂଟ ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପୁରସ୍କୃତ ହୋଇଥିବା ବେଳେ ରାଜା ଠାକୁରଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଘୋଷିତ କରାଯାଇଥିଲା। ଏପରି ଏକ ଉଚ୍ଚସ୍ତରୀୟ ଟୁର୍ଣ୍ଣାମେଂଟ କୁ ଆୟୋଜନ କରିବାରେ ସୁବ୍ରତ ନାଏକ, ଅତୁଲ ନାଏକ, ବିର୍ବଲ ଯାଦବ, ସମନାଥ ବେହେରା, ସଂଜୁ ଅଧିକାରୀ, ସିଧୁ କର, ସାହିଲ, ମନୋଜ ବାରିକ, ବାପି, ପ୍ରେମ ଅଧିକାରୀ, ହେମନ୍ତ ଗୁରୁଙ୍ଗ, ଏବଂ ସମସ୍ତ କ୍ଳବ ସଦସ୍ୟ ଙ୍କ ମୁଖ୍ୟ ଭୂମିକା ଥିଲା। ଯୋଡ଼ା ଅଞ୍ଚଳରେ ଏପରି ଏକ ଜିଲ୍ଲା ସ୍ତ୍ରରୀୟ କ୍ରିକେଟ ଟୁର୍ଣ୍ଣାମେଂଟ କୁ ଦେଖି ଦର୍ଶକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେବା ସହ ଶାସ୍ତ୍ରୀନଗର କ୍ଳବ ର ଏପରି ଏକ ଅଭିନବ ପ୍ରୟାସ କୁ ଲୋକେ ପ୍ରଶଂସା କରିଛନ୍ତି।