BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଯୋଡା, ୨୮/୨ ପଶ୍ଟିମ ଓଡ଼ିଶା ବାର୍ତ୍ତା (ସୀତାରାମ ଦୀକ୍ଷିତ): ଫେବୃଆରୀ, ୨୮, ୨୦୨୪: ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ା ମାଧ୍ୟମରେ ଅଭିବୃଦ୍ଧି ଏବଂ ବନ୍ଧୁତ୍ୱ ବିକାଶର ବାର୍ତାକୁ ପ୍ରୋତ୍ସାହିତ କରି, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ (ଏଆଇଏଫ୍‌ଏଫ୍)  ବ୍ଲୁ କବ୍ସ ଫୁଟବଲ୍ ଲିଗ୍ ଯୋଡା କେନ୍ଦ୍ରୀୟ ଖେଳ ପଡିଆ ଠାରେ ଆୟୋଜିତ ହୋଇଯାଇଛି। 

ଏହି ଅବସରରେ ଟାଟା ଷ୍ଟିଲର ଯୋଡା ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୋଡା ପୌରପାଳିକାର ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ ଓ ଯୋଡା ପୌରପାଳିକାର ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ଯୁବ ପ୍ରତିଭାମାନଙ୍କୁ ନେଇ  ଆୟୋଜିତ ଫାଇନାଲ ପ୍ରତିଯୋଗିତା ରେ ୧୪ ବର୍ଷ ରୁ କମ୍ ବର୍ଗରେ ଯୋଡା ଜାଗୁଆର୍ସ ଚାମ୍ପିଅନ୍ ହୋଇ ଥିବା ବେଳେ ବେନୁଆପାଣି ଦଳ ଉପ ବିଜେତା ହୋଇଛି I 

ସେହିପରି, ୧୨ ଏବଂ ୧୦ ବର୍ଷ ରୁ କମ୍ ବର୍ଗରେ ବିଛାକୁଣ୍ଡି ଏବଂ ଗନ୍ଧଲପଦା ଦଳ ବିଜେତା ହୋଇଛନ୍ତି I ଅନୁରୂପ ଭାବେ, ବାଳିକା ବିଭାଗରେ ଯୋରିବାହାଲ କୁ ପରାସ୍ତ କରି ଯୋଡା ଦଳ ଚାମ୍ପିଅନ୍ ଟ୍ରଫି ହାସଲ କରିଛି I 
୧୦ ବର୍ଷରୁ କମ୍‌, ୧୨ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ଯୁବ ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ ।ଫେବ୍ରୁଆରି ୪ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୧୧, ୧୮ ଓ ୨୫ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତା ଉତ୍ସାହ ଓ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଥିଲା ।  ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ବିଶିଷ୍ଟ ଓ ନିର୍ବାଚିତ ପ୍ରତିନିଧି, ୱାର୍ଡ କାଉନସିଲର ଓ ଟାଟା ଷ୍ଟିଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଯୋଡ଼ାରେ ଫାଉଣ୍ଡେସନର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର ମଧ୍ୟ ଉପସ୍ଥିତ ଥିଲେ । 
 ଏହି ରୋମାଞ୍ଚକର ପ୍ରତିଯୋଗିତାରେ ୨୨୫ ଜଣ ଉତ୍ସାହୀ ଯୁବ କ୍ରୀଡାବିତ୍ ସେମାନଙ୍କ ପ୍ରତିଭା ଓ କ୍ରୀଡ଼ାଦକ୍ଷତା ପ୍ରଦର୍ଶନ କରିଥିଲେ ।