ଭେଡେନ, ୧୧/୨ ପଶ୍ଚିମ ଓଡିଶା ବାର୍ତ୍ତା (ଭବାନୀ ଶଙ୍କର ପାଢ଼ୀ): ବରଗଡ ଜିଲ୍ଲା ଭେଡେନ ରାମଲୀଳା ମହୋତ୍ସବ ଚାଲିଥିବା ବେଳେ ମିନା ବଜାର ବିକ୍ରି କରି ଆସିଥିବା ଜଣେ ବ୍ୟକ୍ତି ଠାରୁ ଦୁଇଜଣ ବ୍ଯକ୍ତି ଲୁଟ ଉଦ୍ୟମ କରିଥିଲେ, ଏହି ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ପୋଲିସ କାବୁ କରି ଧରିଥିଲେ, ତାକଂ ଠାରୁ ଏକ ପିସ୍ତଲ ଓ ଭୁଜାଲି ପାଇଥିଲେ। ଲୁଟେରା ଦୁଇଜଣ ହେଲେ ବରଗଡ଼ ବିଶି କଲୋନୀ ର ମୁକେଶ ଛତର ୨୨ ବୟସ ଓ ଭେଡେନ ତଲିପଡା ର କାନ୍ନା ପଧାନ ବୟସ ୨୩ କୁଂ ଭେଡେନ କେସ ନମ୍ବର ୩୪/୧୦, ୨, ୨୪ ଅଣ୍ଡର ସେକ୍ସନ୍ ୩୯୮, ୩୫୩, ୨୯୪, ୫୦୬/୩୪ ଆଇପିସି ୨୮ ଆର୍ମସ ଏକ୍ଟ ଲଗାଇ କୋଟ ଚାଲାଣ କରିଥିବା ଜଣାପଡ଼ିଛି।