ସୁବର୍ଣ୍ଣପୁର, ୫/୨ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ପାପ ହେଲା ପ୍ରେମ, ସୁପାରୀ ଦେଇ ପ୍ରେମିକ କୁ ମାରିଦେଲା ପ୍ରେମିକା । ଗତ ଜାନୁଆରୀ ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର ଗାଁରେ ହୋଇଥିବା ଡମ୍ବରୁ ଅଧିକାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ହେଲେ ଦେବଗଡ଼ ଜିଲ୍ଲାର ଝିଲି ମହାପାତ୍ର । ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ବୀରମହାରାଜପୁର ବ୍ଲକର ରିତା ନାୟକ ଓ ରାଜୀବ କୁମ୍ଭାର । ପୋଲିସର ସୂଚନା ଅନୁଯାୟୀ ଝିଲି ମହାପାତ୍ର ଓ ଡମ୍ବରୁ ମଧ୍ୟରେ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଡମ୍ବରୁ ଏବେ ରାଉରକେଲାର ଜଣେ ଝିଅକୁ ଭଲ ପାଉଥିବା ଜାଣି ପାରିଥିଲା ଝିଲି । ଫଳରେ ଡମ୍ବରୁକୁ ଜୀବନରୁ ମାରିଦେବାକୁ ପ୍ଲାନ କରି ଦୁଇ ଜଣଙ୍କୁ ସୁପାରୀ ଦେଇଥିଲେ । ୪୦ ହଜାର ଟଙ୍କା ରେ ହୋଇଥିଲା ଏହି ହତ୍ୟା ର ଡ଼ିଲ। ଫୋନ ପେ ମାଧ୍ୟମରେ ୧୦ ହଜାର ଟଙ୍କା ଅଗ୍ରିମ ଦେଇଥିଲା ପ୍ରେମିକା ଝିଲି । ପୂର୍ବ ଯୋଜନା ମୁତାବକ ଡମ୍ବରୁଙ୍କୁ ପାର୍ଟି କରିବା ବାହାନାରେ ଡାକି ରିତା ଓ ରାଜୀବ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସ୍କୁଟି ଓ ଏକ ଭଙ୍ଗା ସିମ ଜବତ କରିଛି । ଆଜି(05/02/24) ଏହି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ l