BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୭/୨ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରଂଜନ ପାତ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମକର ପଡିଆ ଠାରେ ଚାଲିଥିବା ଦୁଇଦିନିଆ ଦିବାରାତ୍ର 45ତମ ସର୍ବ ଭାରତୀୟ ପଲଶାଗୋରା କପିଳେଶ୍ଵର ଭଲିବଲ ପ୍ରତିଯୋଗିତା ରବିବାର ବିଳମିତ୍ବ ରାତିରେ ଉଦଯାପିତ ହୋଇଯାଇଛି |ଉଦଯାପନୀ ରାତିରେ ଆୟୋଜିତ ଫାଇନାଲ ଖେଳ କିଟ ଭୁବନେଶ୍ୱର ଓ ବାଲେଶ୍ୱର ଦଳ ମଧ୍ୟରେ ହୋଇଥିବା ବେଳେ ଭୁବନେଶ୍ୱର ଦଳ ବାଲେଶ୍ୱର ଦଳକୁ 25-19, 25-18, 25-16 ରେ ତିନିଟି ସେଟରେ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିଆନ ହୋଇଥିଲା |ଖେଳକୁ ଜାତୀୟ ସ୍ତରୀୟ ରେଫରୀ ପରକ୍ଷିତ ଖରସେଲ ଓ ରାଜୁ ଖରସେଲ ପରିଚାଳନା କରିଥିଲେ |ସ୍କୋରର ଭାବେ ସୁଶୀଲ ପ୍ରହରାଜ ଓ ଅଚ୍ୟୁତ ଖମାରୀ, କେଶବ ଖେତୀ ଧାରବିବରଣୀ ପ୍ରଦାନ କରିଥିଲେ |ପୁରସ୍କାର ବିତରଣୀ ଉତ୍ସବ ରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ଙ୍କ ସହ ଅନ୍ୟ ଅତିଥି ମାନେ ଯୋଗଦେଇ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ |ପ୍ରତିଯୋଗିତାରେ ଆନ୍ଦ୍ରପ୍ରଦେଶ, ଭିଳାଇ, ରାୟପୁର, ବାଲେଶ୍ୱର, ଭୁବନେଶ୍ୱର କିଟ, ବରଗଡ଼ ଦଳ ଅଂଶ ଗ୍ରହଣ କରିଥିଲେ |