ସୁବର୍ଣ୍ଣପର, ୧/୨ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗଣେଶପୁର - ସିନ୍ଦୁରପୁର ରାସ୍ତାରେ ସାଇକେଲ ଆରୋହୀ ଙ୍କ ଠାରୁ 22 ହଜାର ଟଙ୍କା ଲୁଟିନେବା ନେଇ ବିନିକା ଥାନାରେ ବିହାର ରାଜ୍ୟ ର ସ୍ଥାୟୀ ବାସିନ୍ଦା କିଶନ କୁମାର ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ବିନିକା ଥାନା ରେ ଏକ ମକଦ୍ଦମା କେସ ନମ୍ୱର୍ 25/24 ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏନେଇ ବିନିକା ପୁଲିସକୁ ମିଳିଛି ବଡ଼ ସଫଳତା । ଅଭିଯୁକ୍ତ 6 ଜଣଙ୍କ ମଧ୍ୟରୁ 4 ଜଣ ଙ୍କୁ ଗିରଫ କରିବାସହ ଡ଼କାୟତି ରେ ବ୍ୟବହାର ହୋଇଥିବା 2 ଟି ବାଇକ ସହ ତାଙ୍କ ଠାରୁ 11450 ଟଙ୍କା ଜବତ କରିଥିବା ବିନିକା ଥାନାରେ ଏସପି ୟସପ୍ରତାପ ଶ୍ରୀମଲ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁଚନା ଦେଇଛନ୍ତି । ବାଇକ ନମ୍ବର OD -15 G-3033, OD 31-E 4844 କୁ ଜବତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ବିନିକା ଥାନା ଅଧିନସ୍ଥ ବିଶାଳପାଲି ଗ୍ରାମର ଗୋପାଳ କିଶୋର ଛତ୍ର (32), ଫୁଲମୁଠି ଗ୍ରାମର ସୁନିଲ ଛତ୍ରିଆ (25) ଡ଼ଭଲା ର ଯୋଗେଶ ସୁନା (30)ଏବଂ ଜଣେ ନାବାଳକ କୁ ଗିରଫ କରିଥିବା ସୁଚନା ଦେଇଛନ୍ତି । ପରେ ଅଭିଯୁକ୍ତମାନଙ୍କୁ ବିନିକା କୋର୍ଟରେ ହାଜର କାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ 3 ଜଣଙ୍କୁ ସୋନପୁର ଜେଲ ହାଜତକୁ ଓ ନାବାଳକୁ ବଉଦ କୁ ପଠାଯାଇଥିବା ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡ଼ିପିଓ ପ୍ରତାପ ତ୍ରୀପାଠୀ, ବିନିକା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l