BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଭେଡେନ, ୨୭/୧ ପଶ୍ଚିମ ଓଡିଶା ବାର୍ତ୍ତା (ଭବାନୀ ଶଙ୍କର ପାଢ଼ୀ): ବରଗଡ ଜିଲ୍ଲା ଭେଡେନ ବ୍ଲକର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ ଗତ ତା ୧୫,୧ ରୁ ୧୮,୧,୨୪  ପର୍ଯ୍ୟନ୍ତ ଗଣତନ୍ତ୍ର  ଦିବସ ଅବସରରେ ୧୩ ଜଣିଆ ଟିମ ଉତ୍ତରାଖଣ୍ଡ   ବ୍ରହ୍ମତାଳ ପର୍ବତ ଯାହାର ଉଚ୍ଚତା ୧୨୨୫୦ ଫୁଟ ବିଶିଷ୍ଟ ପର୍ବତ ସଫଳତାର ସହିତ ଚଢି ଭାରତର ଜାତୀୟ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରି ଥିଲେ l ଓଡିଶାର ବରଗଡ଼ ଜିଲ୍ଲା ରୁ ଜଣେ  ଭାଗ ନେବା ସହିତ ଟିମ କୁ ଲିଡ଼ ମଧ୍ୟ କରିଥିଲେ, ଅlନ୍ତର୍ଜାତୀୟ ପାର୍ବତlରୋହୀ ଲିପିକା ସେଟ l ଏହି ପର୍ବତରୋହଣ (ଟିଟିଏଚ) ଟ୍ରେକ ଦ ହିମାଳୟ ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଥିଲା lଏଥିରେ ଭାରତ ର ବିଭିନ୍ନ ରାଜ୍ୟର  ପର୍ବତାରୋହୀ ଭାଗ ନେଇଥିବା ବେଳେ ଦେଶ ବାହାରୁ ଇଜ୍ରାଏଲ ଦେଶର ଜଣେ ପାର୍ବତରୋହୀ ଅଂଶଗ୍ରହଣ କରିଥିଲେ l ପର୍ବତ ଶିଖରରେ ତାପମାତ୍ରା  ମାଇନସ ୧୦ ଡିଗ୍ରୀ ଥିବା ସତ୍ତ୍ୱେ ସଫଳତାର ସହିତ ପର୍ବତ ଚଢି,  ଶିଖରରେ ସମସ୍ତ  ପହଂଚିପାରି ଭାରତର ଜାତୀୟ ପତାକା ଉଡାଇ  ସଫଳତା ହାସଲ ଫେରି ଆସିଥିଲେ l ଏହା ଜାଣି ଦେଶ, ରାଜ୍ୟ ତଥା ଓଡିଶା ପ୍ରଦେଶର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ ପାଖକୁ ପ୍ରଶଂସା ବାର୍ତ୍ତା ପହଁଚିବାରେ ଲାଗିଛି।