ଭଟଲି, ୩୦/୧ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରାଜେଶ କୁମାର ମିଶ୍ର): ଗତ ୨୩ ଜାନୁଆରୀ ଦିନ ନଲିଚୁଆଁ ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ଘଟିଥିଲା ଏକ ବିଭତ୍ସକର ହତ୍ୟାକାଣ୍ଡ । ପ୍ରାପ୍ତ ସୂଚନା ଅନୁସାରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନଲିଚୁଆଁ ଗ୍ରାମର ଏକ ବିଲ ମଝିରେ ୩୫ ବର୍ଷିୟ ବିଜୟ ଖଡିଆଙ୍କୁ ଏକ ଧାରୁଆ ଟାଙ୍ଗିଆ ସାହାଯ୍ୟରେ ଅଭିଯୁକ୍ତ ପିଣ୍ଟୁ ଖଡିଆ ନିର୍ମମ ଭାବେ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିୟମ ଅନୁଯାୟୀ ଘଟଣାର ଅଧିକ ତଦନ୍ତ ପାଇଁ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଏକ ପ୍ଲାଷ୍ଟିକ କଣ୍ଢେଇ ସାହାଯ୍ୟରେ ସେଦିନ ଘଟିଥିବା ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରାଯାଇଥିଲା । ଅଭିଯୁକ୍ତ କିପରି ସେଦିନ ବିଜୟକୁ ହତ୍ୟା କରିଥିଲା ତାହା ନିଜେ ଦର୍ଶାଇଥିଲା। ଏଥିରେ ଭଟଲି ଥାନାଧିକାରୀ ବିଭୁତି ଭୁଷଣ ଦଳେଇ ଓ ତାଙ୍କ ଟିମ୍ ଉପସ୍ଥିତ ରହି ଘଟଣାର ଅବଲୋକନ କରିଥିଲେ । ପରେ ପୋଲିସ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାପଡିଛି ।