BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଖପ୍ରାଖୋଲ, ୪/୯ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର  ପଞ୍ଚାୟତ ତୁର୍ଲା ଆଶ୍ରମ  ବିଦ୍ୟାଳୟ ରେ ଶିକ୍ଷକ  ନିଯୁକ୍ତି ଦାବିରେ  ରେ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ସୋମବାର ଛାତ୍ରୀ ଛାତ୍ର, ଅବିଭାବକ ଓ ଗ୍ରାମବାସୀ ଧାରଣା ରେ ବସିଥିଲେ ।  ଆନ୍ଦୋଳନ କାରୀଙ୍କ ଅଭିଯୋଗ ଅନୁସାରେ ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ୪୦୭ ଛାତ୍ରୀ ଛାତ୍ର ଅଧ୍ୟୟନ କରିଥିବା ବେଳେ ଶିକ୍ଷାଦାନ ପାଇଁ କେବଳ ୪ ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷକ ଅଫିସ  କାମରେ ଗଲେ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ପାଇଲା ଦିନରୁ ଛୁଟି ରେ ଥିବାରୁ  ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷକ ନିଯୁକ୍ତି ଦାବି ନେଇ ଅବିଭାବକ  ମାନେ ଅନୁସୂଚିତ ଜାତି ଜନଜାତି  ବିଭାଗ କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ରୁ ପରିଶେଷରେ ଗ୍ରାମବାସୀ ଆଶ୍ରମ ବିଦ୍ୟାଳୟ ରେ ତାଲା ପକାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ରେ ତାଲା ପଡ଼ିଥିବା ଜାଣି  ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତା ଓ ବ୍ଲକ୍ ମଙ୍ଗଲ ସମ୍ପ୍ରସାରଣ  ଅଧିକାରୀ  ପ୍ରତିକ୍ଷ୍ୟା ସାହୁ ଧାରଣା ସ୍ଥଲ ରେ ପହଞ୍ଚି ଅବିଭାବକ ଙ୍କୁ ବୁଝା ସୁଝା କରି ଶୀଘ୍ର  ଶିକ୍ଷକ ନିଯୁକ୍ତି କରିବାର ପ୍ରତିଶ୍ରୁତି  ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।