BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୭/୯ ପଶ୍ଚିମ ଓଡିଶା ବାର୍ତ୍ତା (ରଞ୍ଜନ ପାତ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ହାଇସ୍କୁଲରେ ମୋଟ 157ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିବା ନେଇ କେନ୍ଦ୍ର ଅଧ୍ୟକ୍ଷ ଉଦ୍ଧବ ମହାଲିକ ସୂଚନା ଦେଇଛନ୍ତି |ସୂଚନା ଅନୁସାରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ 83 ଜଣଙ୍କ ମଧ୍ୟରୁ 80ଜଣ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ 86 ଜଣଙ୍କ ମଧ୍ୟରୁ 77ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି |ପରୀକ୍ଷା କେନ୍ଦ୍ର ପରିଚାଳନା ରେ ଅଧ୍ୟକ୍ଷ ଉଦ୍ଧବ ମହାଲିକ, ଉପ ଅଧ୍ୟକ୍ଷ ଭାବେ ପଞ୍ଚାନନ ସ୍ୱାଇଁ, ତଦାରଖ ଦାୟିତ୍ୱ ରେ ସଂଢ଼େଶ୍ୱର ନାଗ ଥିବାବେଳେ ଶିକ୍ଷକ ଶୁକଦେବ ମହାଲିକ, ଅଜିତ ଗିରି, ଶ୍ରବଣ ପ୍ରଧାନ, ମାନିନୀ ସାହୁ, ବିଜୟିନୀ ସାହୁ, ସମ୍ବିତ ପ୍ରଧାନ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ |କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଅଧିକାରୀ ସନୋଜ ସେଠୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଦୁର୍ଗା ଚରଣ ପ୍ରଧାନ ପରୀକ୍ଷା କେନ୍ଦ୍ର ପରିଦର୍ଶନ ରେ ଆସି ତଦାରଖ କରିଥିଲେ |ପଲଶାଗୋରା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୀବ ପ୍ରହରାଜ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |