ତା.୩୧.୭.୨୦୨୩ ରିଖ ସୋମବାର ଦିନ ରାଜୀବ ଗାନ୍ଧୀ ଭବନ ପୁରେନା ଠାରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସମସ୍ତ ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ(C.H.O) ପୁରେନା,ଦୀପକ କୁମାର ସାହୁ ଆସନ୍ତା ଅଗଷ୍ଟ ୧୦ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁକି ତାଲିମ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁକି ସମସ୍ତ GKS ମାନଙ୍କୁ ନିଜ ନିଜ ଗ୍ରାମରେ ସଚେତନତା ସଭା କରିବାକୁ କହିଥିଲେ ଏବଂ ଶେଷରେ ବୁଧାପାଳି ଗ୍ରାମରେ ତା.୦୧.୮.୨୦୨୩ ରିଖ ଏକ ଜନ ସଚେତନତା ରେଲୀ କରିବାକୁ ନିଷ୍ପତ୍ତି ନିଆଗଲା । ସେହି ନିଷ୍ପତ୍ତି ଅନୁସାରେ ବୁଧାପାଳି ଗ୍ରାମରେ ଆଜି ତା.୧.୮.୨୦୨୩ ରିଖ ମଙ୍ଗଳବାର ଦିନ ଶ୍ରୀମତୀ ଯଶୋବନ୍ତି ସାହୁ( ୱାର୍ଡମେମ୍ବର ବୁଧାପାଳି)ଙ୍କ ଅଧ୍ୟକ୍ଷତାରେ ସାମୁହିକ ଔଷଧ ସେବନ ପାଇଁକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଧାପାଳିର ଛାତ୍ର ଛାତ୍ରୀ ମାନଙ୍କୁ ନେଇକି ଏକ ଜନ ସଚେତନତା ରେଳି କରାଯାଇଥିଲା । ଏହି ରେଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଧାପାଳି ଠାରୁ ବାହାରିକି ବୁଧାପାଲି ଗ୍ରାମ ପରିକ୍ରମା କରିଥିଲା । ଏହି ରେଲିରେ ବୁଧାପାଲିର ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ମାଇକ ଦ୍ଵାରା ଜନସାଧରଣଙ୍କୁ ଫାଇଲେରିଆ ରୋଗରୁ ମୁକ୍ତି ପାଇବା ପାଇଁକି ଔଷଧ ଖାଇବା ନିହାତି ଜରୁରୀ ଅଟେ ବୋଳି ବୁଝାଇଥିଲେ ଏବଂ ସମସ୍ତ ଜନ ସାଧାରଣଙ୍କୁ ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ଏହି ରେଲିକୁ ସୁଚାରୁ ରୁପେ ପରିଚାଳନା କରିବାରେ ଶ୍ରୀଯୁକ୍ତ ପ୍ରତାପ ସାହୁ (ପ୍ରଧାନ ଶିକ୍ଷକ ବୁଧାପାଳି) ଏବଂ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ସାହାର୍ଯ୍ୟ କରିଥିଲେ ।