ପଦ୍ମପୁର, ୧୩/୮ (ପଶ୍ଚିମ ଓଡିଶା ବାର୍ତ୍ତା): ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସରରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତିତ୍ବ କରିଥିଲେ ସ୍କୁଲ୍ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରେଣୁଧର ସାହୁ। ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ସଂଜୀବ ବେହେରା ଯୋଗଦାନ କରିଥିଲେ। ଶ୍ରୀ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ପ୍ରମୋଦ ନାଥ ବିଜେତା କାର୍ଯକ୍ରମ ସମ୍ବନ୍ଧରେ ଆଲୋଚନା କରି ଥିଲେ। ଅଭିଭାବକମାନେ ମଧ୍ୟ ତାଙ୍କର ମତ ପୋଷଣ କରିଥିଲେ। ଲେଖ୍ରୁ ବାରିକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।