BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ)-ସୋନପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରୀ  ଅମ୍ରିତା ନନ୍ଦ ରାଜେନ୍ଦ୍ର ବିଶ୍ଵ  ବିଦ୍ଯାଳୟ ରେ ସର୍ବୋଚ୍ଚ ସ୍ଥାନ ରେ ଭତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।। ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ବଲାଙ୍ଗୀର ଦ୍ଵାରା ଗତକାଲି ପ୍ରଥମ ବ୍ୟାଚ୍ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ସୋନପୁର ମହା ବିଦ୍ୟାଳୟ ର ଓଡିଆ ବିଭାଗ ସମ୍ମାନ ର ଛାତ୍ରୀ ଅମ୍ରିତା ନନ୍ଦ ଟପ୍ପର ହୋଇ ସୁନାମ ଅର୍ଜନ କରିଛନ୍ତି । ସେ ବିନିକା  ବ୍ଳକ ଶଙ୍କରା ଗାଁର ଅଟନ୍ତି । ଏହା ତାଙ୍କର  କଠିନ ପରିଶ୍ରମର ଫଳ ସହ  ନିଜ ପିତା ପ୍ରତାପ ନନ୍ଦ ମାତା ନିଳେନ୍ଦ୍ରୀ ନନ୍ଦ ଓ  ଅଜା ବିଶିଷ୍ଟ ଶିକ୍ଷାବିତ  ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଙ୍କ ପ୍ରେରଣା ତଥା ଅଧ୍ୟାପକ  ଅଧ୍ୟାପିକା ଙ୍କ ଦିଗଦର୍ଶନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲିସେ ପ୍ରକାଶ କରିଛନ୍ତି । ଏହି ବିଶେଷ ସଫଳତା ପାଇଁ ତାଙ୍କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜୀବ  ଲୋଚନ ଆଚାର୍ଯ୍ୟ ଓ ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀ ଅଭିନନ୍ଦନ ଜଣାଇଥିବା ବେଳେ ଏହି ସଫଳତା ତାଙ୍କର ସହପାଠୀ ଓ ଆଗାମୀ ଦିନର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।   କୁମାରୀ ନନ୍ଦ ବିଦ୍ୟାଳୟ ସ୍ତରରୁ ଜଣେ କୃତୀ ଛାତ୍ରୀ ରହିବା ସହ ଜଣେ ସୌଖୀନ୍ ନୃତ୍ୟ ଶିଳ୍ପୀ ମଧ୍ୟ । ଆଗାମୀ ଦିନରେ ଓଡିଆ ଭାଷା ସାହିତ୍ୟ ରେ ସ୍ନାତକୋତ୍ତର ଡିଗ୍ରୀ ସହ ଗବେଷଣା କରିବା ଓ ଅଧ୍ୟାପନା ପାଇଁ ଲକ୍ଷ୍ୟ ରଖିଥିବା କୁମାରୀ ନନ୍ଦ ପ୍ରକାଶ କରିଛନ୍ତି ।