BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଲି ପଞ୍ଚାୟତ ବୁଢୀବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶୁକ୍ରବାର ଦିନ ବୃନ୍ଦାବନ ଧାରୁଆ  ନୂତନ ପ୍ରଧାନ ଶିକ୍ଷକ ରୁପେ ଯୋଗ ଦେଇଛନ୍ତି I  ସ୍ୱାଗତ ସମାରୋହ ରେ ମୁଖ୍ୟ ଅତିଥି ରୁପେ ହେମସାଗର ସାହୁ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ଉପଢୌକନ ଦେଇଥିଲେ I ସମାରୋହ ରେ ଗାଁସ୍କୁଲ କମିଟି ତଥା  ଛାତ୍ର ଛାତ୍ରୀ  ମାନେ  ଫୁଲ ଚନ୍ଦନ ପ୍ରଧାନ ଶିକ୍ଷକ ଙ୍କୁ ସ୍ୱାଗତ କରିଥିଲେ ସେହିପରି ପୁରାତନ ପ୍ରଧାନ ଶିକ୍ଷକ ସାନନ୍ଦ ମେହେର ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ I ନୂତନ ଭାବରେ ସ୍କୁଲ ରେ ଦାୟିତ୍ୱ ନେଉଥିବା ପ୍ରଧାନ ଶିକ୍ଷକ ଗାଁ ସ୍କୁଲ କମିଟି, ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ଦେଖି ଭାବ ବିଭୋର  ହୋଇ ଉଠିଥିଲେ I ଓ ଆଗାମୀ ଦିନ ରେ ବୁଢ଼ୀ ବାହାଲ ସ୍କୁଲ ର ଶିକ୍ଷା ଅଭ୍ୟୁର୍ଥାନ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ Iଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ଶିକ୍ଷକ ସତ୍ୟଭୂଷଣ ସାହୁ, ସୁବ୍ରତ ଦନ୍ତା, ଶ୍ୱେତକୁମାର ପଧାନ, କାଦମ୍ବିନୀ ସାହୁ ,ମମତା ଅଧିକାରୀ,ନୀଳାଞ୍ଚଳ ନାହାକ,ପ୍ରଭୃତି ଶିକ୍ଷକ ଶୀକ୍ଷୟତ୍ରୀ ଉପସ୍ଥିତ ଥିଲେ I


ଖପ୍ରାଖୋଲ ରୁ ହେମସାଗର ସାହୁଙ୍କ ରିପୋର୍ଟ