BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବୌଦ୍ଧ, ୨୦/୭ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରଞ୍ଜନ କୁମାର ପାତ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ସିଲେଟପଡ଼ା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର କଅଁରଙ୍କ ବଦଳିକୁ ନେଇ ଜୋର ଧରିଛି। ଗୁରୁବାର ସକାଳୁ ଛାତ୍ରଛାତ୍ରୀ , ସ୍କୁଲ କମିଟୀ ଓ ଅଭିଭାବକ/ଅଭିଭାବିକା ମିଳିତଭାବେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ସୂଚନାମତେ ଗତ ଦେଢ ବର୍ଷ ହେବ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିଲେ ଶ୍ରୀ କଅଁର। ସେ ଆସିବା ପରେ ବିଦ୍ୟାଳୟର ରୂପ ରେଖ, ବଦଳି ଯାଇଥିଲା । ତାଙ୍କର ଶିକ୍ଷାଦାନ ଉନ୍ନତମାନର ହୋଇଥିବା ହେତୁ ବିଦ୍ୟାଳୟରେ ୧୪୫ ଜଣ ଛାତ୍ରଛାତ୍ରୀଙ୍କ ଅତିପ୍ରିୟ ଶିକ୍ଷକ ହୋଇଯାଇଥିଲେ।ବର୍ତ୍ତମାନ ସରକାରୀ ସ୍ତରରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଥିବାରୁ ଛାତ୍ରଛାତ୍ରୀ ଅତିପ୍ରିୟର ଶିକ୍ଷକକୁ ଛାଡିବାକୁ ନାରାଜ। ବଦଳ ଶିକ୍ଷକଙ୍କୁ ସ୍କୁଲରୁ ଘଉଡାଇ ଦେଇଥିଲେ ଏବଂ ଶ୍ରୀ କଅଁରଙ୍କୁ ନିଯିବାକୁ ଅଡି ବସିଥିଲେ।ଏ ଖବର ପ୍ରସାରିତ ହେବାପରେ ସ୍କୁଲ କମିଟୀ ଓ ଅଭିଭାବକମାନେ ମଧ୍ୟ ଶ୍ରୀ କଆଁର ନିଯିବାକୁ ଅନୁରୋଧ କରିଥିଲେ ଏବଂ କଣ୍ଟାମାଳ ବିଇଓଙ୍କୁ ଅନୁରୋଧ କରିଥିଲେ। ଏଥିପ୍ରତି ବିଭାଗୀୟ ଅଧିକାରୀ ଶିକ୍ଷକ ବଦଳିକୁ ବାତିଲ ହୋଇପାରିବ ନାହିଁ ଶୁଣି ଆଜି ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଆଜି ତାଲା ପଡିବା କଥା ବିଭାଗୀୟ ଅଧିକାରୀଗଣ ଜାଣି ସୁଦ୍ଧା କୌଣସି ସମାଧାନ କରିବା ଦିଗରେ ପହଞ୍ଚି ନ ଥିବାକୁ ସ୍କୁଲ କମିଟୀ ଚେୟାରପରସନ ସଦାନନ୍ଦ ରଣା, ଉପାଧକ୍ଷ ଦେବେନ୍ଦ୍ର ପାଣିଗ୍ରାହୀ, ରାମେଶ୍ଵର ରଣା, କପିଳ ରଣା, ସ୍କୁଲ କମିଟୀର ସଦସ୍ୟ ଓ ଅଭିଭାବକଙ୍କ ତରଫରୁ ନିନ୍ଦା କରାଯାଇଛି।