ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ)-ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୧ ମାହାଙ୍ଗା,କଟକ ଠାରେ ଡାକ୍ତର ଦିବସ ପାଳିତ ହୋଇଯାଇଛି lସ୍ୱାସ୍ଥ୍ୟ ହଁ ସମ୍ପଦ ଶରୀର ଅଛି ମାନେ ରୋଗ ନିଶ୍ଚିତ, ତଥାପି ନିରୋଗ ରହିବା ପାଇଁ ନିତିଦିନ ଜୀବନରେ ଡାକ୍ତରଙ୍କର ପରାମର୍ଶରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର,l ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ l ଯାହାଙ୍କ ଦ୍ୱାରା ପ୍ରତ୍ୟେକ ରୋଗଗ୍ରସ୍ତ ମନୁଷ୍ୟ ସମାଜକୁ ନିରୋଗ ରହିବା ପାଇଁ ପ୍ରତି ଅନୁକୂଳ ପରିବେଶରେ ସେବା ଯୋଗାଇବାରେ ସେ ଥାଆନ୍ତି ଯତ୍ନବାନ,l ନିଜର ମୂଲ୍ୟବାନ ସମୟକୁ ରୋଗୀଙ୍କ ଖୁସି ପାଇଁ ସମର୍ପିତ କରିଛନ୍ତି ନିଜକୁ ଖରା ବର୍ଷା,ଶୀତକୁ ଖାତିରି ନକରି ନିଜର କର୍ତ୍ତବ୍ୟ କରି ଆସୁଛନ୍ତି ଲୋକଙ୍କ ସେବାରେ,l ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାହାଙ୍ଗା ମେଡ଼ିକାଲରେ କାର୍ଯ୍ୟ କରୁଥିବା ନଅ ଜଣ ଡାକ୍ତରଙ୍କୁ ଶ୍ରୀଯୁକ୍ତ ଡାକ୍ତର ତନ୍ମୟ କୁମାର ବେହେରା ଅଧିକ୍ଷକ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସାଗରିକ ରାଉତ,ଡାକ୍ତର ସଞ୍ଜୟ ପ୍ରକାଶ ପରିଡ଼ା,ଡାକ୍ତର ତନୁସ୍ମିତା ବିନ୍ଧାଣି,ଡାକ୍ତର ଗ୍ରୀଷା ମହାନ୍ତି,ଡାକ୍ତର ସୌମ୍ୟା ପ୍ରିୟଦର୍ଶନୀ ଭୂୟାଁ,ଡାକ୍ତର ପି.କେ. ଜେନା, ଡାକ୍ତର ଜ୍ଞାନ ରଞ୍ଜନ ନାୟକ,ଡାକ୍ତର କୁନାଲ ଆନନ୍ଦ ପଣ୍ଡାଙ୍କୁ ମାନପତ୍ର ପ୍ରଦାନ କରାଯାଇ ଶୁଭେଚ୍ଛା ଜଣାଇ ସେବା ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ସମ୍ଭବ ପରିବାରର ସଦସ୍ୟ l ଏହି ଉତ୍ସବ ରେ ଜ୍ଞାନ ରଞ୍ଜନ ବିଶ୍ୱାଳ,ବିକ୍ରମ କେଶରୀନାଥ,ଚିତ୍ତ ରଞ୍ଜନ ମହାନ୍ତି,ତପନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l