ବୌଦ୍ଧ:(ଉଗ୍ରସେନ କର୍ମୀ/ରଞ୍ଜନ ପାତ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପି ଡବ୍ଲୁ ଡି ବଙ୍ଗଳା ଠାରେ ସ୍ୱଦେଶୀ ସ୍ବାବଲମ୍ବୀ ଅଭିଯାନ ଓ ବୈଦ୍ୟଶାଲା ମିଳିତ ଆନୁକୁଲ୍ୟରେ ,ମାହେଶ୍ୱରୀ ଗୋଶାଳା ସହଯୋଗରେ ଓଡିଶାର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ବେକାର ଯୁବକ/ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଏକ ବର୍ଷ ପରେ ଘର ବୈଦ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ପ୍ରଶିକ୍ଷଣ ପରେ ଆସିଥିବା ପୁରାତନ ଦୁଃସାଧ୍ୟ କିଡ଼ିନୀ , ଥାଇରଡ, ମଳକଣ୍ଟକ ,ଓ ବାତ ରୋଗୀ ମାନଙ୍କୁ ଡ଼ା ନିରାକାର ବେହେରା ଚିକିତ୍ସା କରିଥିଲେ l ଆସନ୍ତା କମ୍ ଦିନ ଭିତରେ କଣ୍ଟାମାଳ ଅଞ୍ଚଳର କିଡିନୀ ଓ ପୂରାତନ ରୋଗୀ ମାନଙ୍କୁ ପାଞ୍ଚ ଦିନିଆ ଚିକିତ୍ସା କର୍ମଶାଳା ଆୟୋଜନ କରିବା ପାଇଁ ଡ଼ା ବେହେରା୍ ଙ୍କୁ ଅନୁରୋଧ କରିଥିଲେ l ଶିବିର ଆୟୋଜନ ରେ ଶ୍ରୀବଲ୍ଲଭ ପ୍ରାସାଦ ପ୍ରାସାଦ ନାୟକ, ବିଶ୍ଵାମିତ୍ର ରଣା,ଶରତ ପ୍ରଧାନ, ସୁଧୀର ମହାକୁଡ, ଦେବାଶିଷ ପ୍ରଧାନ , ସତ୍ୟ ନାରାୟଣ ବଘାର ଓ କୃତିବାସ ପଲିଆ ପ୍ରମୁଖ ସହଯୋଗ କରିଥିଲେ ।