ବରଗଡ଼, ୩୦/୭ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ପହଣ୍ଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ ଦିନମଣୀ ପଣ୍ଡା ଏବଂ ତାଙ୍କ ସହକର୍ମୀ ମହିଳା ସ୍ବାସ୍ଥ୍ୟକର୍ମୀ ସୁଶ୍ରୀ କୁନ୍ତଳା ମହାଳିକ,ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ସ୍ମୃତି ପଣ୍ଡା,ପହଣ୍ଡି ଗ୍ରାମବାସୀ ଙ୍କୁ ନେଇ ହେପାଟାଇଟିସ ଏବଂ ଅନ୍ୟାନ୍ୟ ସଂକ୍ରମଣ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରିଥିଲ। ଏହି କାର୍ଯକ୍ରମ ରେ ହେପାଟାଇଟିସ ହେବାର କାରଣ ଯେପରିକି ୧-ବିଶୁଦ୍ଧ ପାନୀୟ ଜଳ ଏବଂ ଖାଦ୍ୟ,୨-ଯାଞ୍ଚ ହୋଇନଥିବ ରକ୍ତ ଏବଂ ରକ୍ତ ପଦାର୍ଥ,୩-ଅସୁରକ୍ଷିତ ଯୌନ ସମ୍ପର୍କ,୪- ହେପାଟାଇଟିସରେ ପୀଡ଼ିତ ଥିବା ଲୋକଙ୍କ ସହ ଏକାଠି ଖାଦ୍ୟ ଖାଇବା ଦ୍ବାରା,୫- ଅସୁରକ୍ଷିତ ମଦ୍ୟପାନ କରିବା ଦ୍ୱାରା,୬-ହେପାଟାଇଟିସ ରେ ପୀଡ଼ିତ ଥିବା ମା ଠାରୁ ଶିଶୁ କୁ ଜନ୍ମ ସମୟରେ ଏବଂ ନିରାକରଣ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।ହେପାଟାଇଟିସ ବି ର ଟୀକାକରଣ ଜନ୍ମ ର ୨୪ ଘଣ୍ଟା ମଧ୍ୟରେ ଦିଆଯିବ ଏବଂ ଏହା ସମସ୍ତ ସରକାରୀ ଡାକ୍ତରଖାନା ରେ ମାଗଣାରେ ଉପଲବ୍ଧ ହେବା ସହିତ ନିଜ ସହ ନିଜ ପରିବେଶ କୁ ସଫା ରଖିବା,ତଟକା ଖାଦ୍ୟ ଖାଇବା,ସରକାରୀ ସ୍ୱିକୃତି ପ୍ରାପ୍ତ ରକ୍ତଭଣ୍ଡାରରୁ ରକ୍ତ ଆଣିବା, ନିଜକୁ ହେପାଟାଇଟିସ ଟେଷ୍ଟ କରିବା ଏହା ସହିତ ବିଭିନ୍ନ ସଂକ୍ରମଣ ରୋଗ ଯେ ପରିକି ମ୍ୟାଲେରିଆ, ଫାଇଲେରିଆ,ଡେଙ୍ଗୁ,ତରଳ ଝାଡ଼ା, କୁଷ୍ଠ, ଯକ୍ଷ୍ମା ,ଆଇ ଫ୍ଲୁ ଏହି ସବୁ ରୋଗ ଉପରେ ସଚେତନତା କରିଥିଲେ।ଏହି କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଆଶକର୍ମୀ ମଞ୍ଜୁଲତା ସାହୁ ଓ ଅଙ୍ଗନୱାଡ଼ି କର୍ମୀ ନମିତା ସାହୁ ଜନସଚେତନତା ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ଗ୍ରାମରେ ସଚେତନତାର ସନ୍ଦେଶ ପ୍ରଦାନ କରିଥିଲେ।