ବୌଦ୍ଧ:(ରଞ୍ଜନ କୁମାର ପାତ୍ର)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଜୁନାନି ଗ୍ରାମର ସଂସ୍କୃତ ଶିକ୍ଷକ ବିଶିକେଶନ୍ ବିଶ୍ଵାଳ ଓ ମାଁ ଦମୟନ୍ତୀ ପ୍ରଧାନଙ୍କ ବଡ଼ ଝିଅ ବିଜୟଲକ୍ଷ୍ମୀ ।ସେ ଟପ୍ପର ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ମାନେ ଶୁଭେଚ୍ଛା ଜଣାଇଛନ୍ତି ।ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ସ୍ନାତକ ଗଣିତ ପରୀକ୍ଷାରେ ବିଜୟଲକ୍ଷ୍ମୀ ଟପ୍ପର ହୋଇଛନ୍ତି ।ସୋନପୁର ମହା ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବିଜୟଲକ୍ଷ୍ମୀ ବିଶ୍ଵାଳ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ସ୍ନାତକ ଗଣିତ ପରୀକ୍ଷାରେ ୯.୨୩ ସିଜିପିଏ ମାର୍କ ରଖି ଟପ୍ପର ହୋଇ ମହା ବିଦ୍ୟାଳୟ ସହ ନିଜ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଟ୍ୟୁସନ୍ ସାରଙ୍କ ଗୁଣାତ୍ମକ ଶିକ୍ଷାଦାନ ସହ ବାପାମାଆ ଙ୍କ ପ୍ରେରଣାରେ ଏଭଳି ସଫଳତା ହାସଲ କରିଥିବା କୁହନ୍ତି ବିଜୟଲକ୍ଷ୍ମୀ | ସ୍ନାତକୋତ୍ତର ସାରି ଅଧ୍ୟାପିକା ହେବାର ଲକ୍ଷ୍ୟ ଥିବା ବିଜୟଲକ୍ଷ୍ମୀ ନିଜର ପ୍ରତିକ୍ରିୟା ରେ କହିଛନ୍ତି ।