ବୌଦ୍ଧ, ୧୬/୭ ପଶ୍ଚିମ ଓଡିଶା ବାର୍ତ୍ତା (ରଞ୍ଜନ କୁମାର ପାତ୍ର): ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ରେ ଦୀର୍ଘ କୋଡିଏ ଵର୍ଷରୁ ଉର୍ଦ୍ଧ୍ୱ ହେବ ଖାଲି ପଡ଼ିଥିବା ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ ହୋଇଛି।ନିକଟ ଅତୀତ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ନବ ନିଯୁକ୍ତ ଡା. ବିଭୂତି ପଣ୍ଡା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବରେ ହରଭଙ୍ଗା କୁ ଚୟନ କରି ଯୋଗ ଦେଇଛନ୍ତି।ଏହି ଅବସର ରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ. ବିରେନ୍ଦ୍ର ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ରେ ଡ଼. ବିଭୂତି ପଣ୍ଡା ଙ୍କୁ ସ୍ଵାଗତ କରାଯାଇଥିଲା।ଏହି ଉତ୍ସବ ରେ ହରଭଙ୍ଗା ପ୍ରାଣୀଚିକିତ୍ସକ ଡ଼ା ପ୍ରିୟବ୍ରତ ବେହେରା ଙ୍କ ସମେତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସିକା ଡ଼ା ପ୍ରତିଭା ପାଢ଼ୀ ଉପସ୍ଥିତ ରହି ଡ଼ା ବିଭୂତି ପଣ୍ଡା ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କେଲାକଟା ପ୍ରାଣୀଧନ ନିରୀକ୍ଷକ ଅଶୋକ ଶତପଥୀ,କରଞ୍ଜକଟା ପ୍ରାଣୀଧନ ନିରୀକ୍ଷକ ମନୋଜ ମହାପାତ୍ର ଓ ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଡ଼ା ପଣ୍ଡା ନିଜ ବକ୍ତବ୍ୟ ରେ ହରଭଙ୍ଗା ବ୍ଲକରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ର କିପରି ସଫଳ ରୂପାୟନ ହୋଇ ପାରିବ ତା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ। ହରଭଙ୍ଗା ବ୍ଲକରେ ଡ଼। ପଣ୍ଡା ପ୍ରାଣୀ ପୋଷଣ ବିଷୟରେ ଉଚ୍ଚ ତର ଗବେଷଣା କରୁଥିଲେ, ଏବଂ ତାଙ୍କର ଅନୁଭୁତି ପ୍ରାଣୀପାଳକମାନଙ୍କ ପ୍ରଗତିରେ ବିଶେଷ ସହାୟକ ହେଵବୋଲି ଡା ପୁଷ୍ଟି ମତ ପ୍ରକାଶ କରିଛନ୍ତି।