BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୬/୭ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ଗତ 2021-22 ଶିକ୍ଷା ବର୍ଷ ରେ ସରକାରୀ  ବାଳିକା ଉଚ୍ଚ ବିଦ୍ୟାଳୟ ହୀରାକୁଦ ର ଛାତ୍ରୀ ସବୁଠାରୁ ଅଧିକ ମାର୍କ ରଖି HSC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ବିଜୟାଲକ୍ଷ୍ମୀ ହୋତା ଙ୍କୁ ପ୍ରମାଣପତ୍ର ସହିତ ଟ୍ରଫି ଦେଇ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଛି l ବିଜୟାଲକ୍ଷ୍ମୀ ହେଉଛନ୍ତି ସମ୍ବଲପୁର ଜିଲ୍ଲା ହୀରାକୁଦ ର ଜଣାଶୁଣା ସମାଜସେବୀ ତଥା କବୟିତ୍ରୀ ଶ୍ରୀମତୀ ସବିତା ହୋତା ଙ୍କ ଏକ ମାତ୍ର ଝିଅ ଅଟନ୍ତି l ସେହିପରି 2022/23 ରେ ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୫ ଜଣ ଛାତ୍ରୀ b1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେଥି ମଧ୍ୟରୁ ତିନି ଜଣ ଅଧିକ ମାର୍କ ରଖିଥିବାରୁ ସେମାନଙ୍କୁ  ମଧ୍ୟ ପ୍ରମାଣ ପତ୍ର ସହିତ ଟ୍ରଫି ଦେଇ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରାଗଲା। ସେମାନେ ହେଲେ ଆଲିସା ପଟେଲ ,ଜିଜ୍ଞାସା କୁମାର ଓ ଆଦ୍ୟା ପାଶ୍ଵାନ୍।  ସେଥିରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସହିତ  ପରମେଶ୍ବର ଟଫୋ, ଜ୍ଞାନରଞ୍ଜନ ବେହେରା, ନାରାୟଣୀ ପାଢ଼ୀ , ଅରୁଣା ମାଡାମ, ସଂଗୀତା ସାହୁ ଏହି ସଵୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ  ମଧ୍ୟ ଉପସ୍ଥିତ ଥିଲେ।