ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଗାଇଜୁରି ଠାରେ ତା.୦୮.୦୭.୨୦୨୩ ଦିନ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓଡ଼ିଶା ର ଅମ୍ଳାନ( ଅନିମିଆ ମୁକ୍ତ ଲକ୍ଷ ଅଭିଯାନ) କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ ରକ୍ତସିକୁଲି ଜନିତ ରକ୍ତହୀନତା ନିରାକରଣ ଅଭିଯାନ କରାଗଲା । ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ(C.H.O) ପୁରେନା ଦୀପକ କୁମାର ସାହୁ, ବହୁ ମୁଖି ସ୍ଵାସ୍ଥ୍ୟ କର୍ମୀ (ମହିଳା),ଆଶା କର୍ମୀ,ଅଙ୍ଗନୱାଡ଼ି କର୍ମୀ ବଗାଇଜୁରି, ବିଦ୍ୟାଳୟ ର ସମସ୍ତ ଶିକ୍ଷକଙ୍କ ଉପସ୍ଥିତ ରହିକି ବିଦ୍ୟାଳୟର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବାଳକ ଓ ବାଳିକା ମାନଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଗଲା । ଏହି ଅମ୍ଳାନ କାର୍ଯ୍ୟକ୍ରମ ଦ୍ଵାରା T୩ ଯଥା ଟେଷ୍ଟ, ଟ୍ରିଟ ଏବଂ ଟକ୍ ଆଧାରରେ ଛାତ୍ର ଛାତ୍ରୀ ମାନଙ୍କର ରକ୍ତ ନମୂନା ଦ୍ଵାରା ହୀମୋଗ୍ଲୋବିନ୍ ପରୀକ୍ଷା କରାଗଲା, ଏବଂ ଆନିମିଆ ର ଲକ୍ଷଣ, କାରଣ, ନିରାକରଣ ଓ ଚିକିତ୍ସା ବିଷୟରେ ବୁଝାଗଲା । ଆଗାମୀ ଦିନରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ମାନଙ୍କରେଏହି ଅମ୍ଳାନ କାର୍ଯ୍ୟକ୍ରମ କରାଯିବ ।