ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜନ କରାଯାଇଥିଲା।ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ପ୍ରତିମାସରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏହି ବୈଠକ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋୟିତ ଏଇ ସଭାରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ।ଏହି ବୈଠକର ଉଦ୍ଦେଶ୍ୟ ଥିଲା ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଓ ଶିକ୍ଷାର୍ଥୀ ମାନଙ୍କର ଶୈକ୍ଷିକ ପ୍ରଗତିକୁ ସମୀକ୍ଷା କରିବା।ସିଆରସିସି ଶ୍ରୀ ସାହୁ ଉକ୍ତ ବୈଠକରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ସହ ଉକ୍ତ ବିଷୟରେ ଆଲୋଚନା କରିଥିଲେ।ବିଦ୍ୟାଳୟର ସମୟ ସାରଣୀ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ବିଦ୍ୟାଳୟ ତଥା କ୍ଲଷ୍ଟର ସ୍ତରରେ ଅଭିନବ ଶିକ୍ଷଣ-ଶିକ୍ଷାଦାନ ପନ୍ଥା ବିଷୟରେ ଆଲୋଚନା କରିଥିଲେ।ଶ୍ରୀ ସାହୁ ଚଳିତ ବର୍ଷର ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ବିଦ୍ୟାଳୟରେ କାର୍ଯ୍ୟ କରିବାକୁ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ।ବୈଠକ ସମୟରେ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ବିଦ୍ୟାଳୟର ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପଯୁକ୍ତ ଶ୍ରେଣୀଗୃହ ଓ ପାଠାଗାର ପରିଦର୍ଶନ କରିଥିଲେ ଯେଉଁଥିରେ ଅନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଏହାପରେ ବିଦ୍ୟାଳୟ ସ୍ତରରେ ହେଉଥିବା ବିଭିନ୍ନ ସମସ୍ୟାର ଆଲୋଚନା ହୋଇଥିଲା ଏବଂ ସେଗୁଡିକର ସମାଧାନ ଦିଗରେ ସମ୍ମିଳିତ ଉଦ୍ୟମ କରିବା ପାଇଁ ଶ୍ରୀ ସାହୁ କହିଥିଲେ।ସବା ଶେଷରେ ଆସନ୍ତା ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ପାଇଁ ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚୟନ କରାଯାଇଥିଲା।ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ପ୍ରଭୁଦାସ ମହାନନ୍ଦ, ତରଣୀସେନ ପ୍ରଧାନ, କୈଳାଶ ସାହୁ, କାର୍ତ୍ତିକରାମ ନାଏକ, ଅଶୋକ ବେହେରା, ଜଗନ୍ନାଥ ପ୍ରଧାନ, ଜୟଦେବ ପ୍ରଧାନ, ମହେନ୍ଦ୍ର ବାରିକ ,ଲଳିତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।