BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ଦେଓଲି ଉଚ୍ଚ ବିଦ୍ୟାଳୟ ସତିଭଟା ଠାରେ  ତା.୨୦.୦୭.୨୦୨୩ ଦିନ ସାମୁହିକ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଏବଂ ଅମ୍ଳାନ( ଅନିମିଆ ମୁକ୍ତ ଲକ୍ଷ ଅଭିଯାନ) କରାଗଲା ।ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ(C.H.O) ପୁରେନା ଦୀପକ କୁମାର ସାହୁ,ଆଶା କର୍ମୀ ସତିଭଟା, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । 
ସାମୁହିକ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଦ୍ୱାରା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ରୋଗର କାରଣ, ଲକ୍ଷଣ, ନିରାକରଣ ବିଷୟରେ ବୁଝାଗଲା ଏବଂ ସଚେତନ କରାଗଲା । ଏହି ଅଭିଯାନ ଜୁଲାଇ ୧୦ ରୁ ଆରମ୍ଭ ହୋଇ କି ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସମସ୍ତ ଆଶାକର୍ମୀ ନିଜ ଗାଁ ର ଘର ଘର ବୁଲି କି ବିଭିନ୍ନ ରୋଗର ଯାଞ୍ଚ କରିବେ ଯଥା ଜ୍ଵର, ଝାଡା, ଯକ୍ଷ୍ମା, କୁଷ୍ଠ, ଡେଙ୍ଗୁ, ମ୍ୟାଲେରିଆ ଓ ଫାଇଲେରିଆ,  ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ରେଫର୍ କରିବେ ରୋଗକୁ ସୁନିଶ୍ଚିତ କରିବା ପାଇଁକି । ସମସ୍ତ ଆଶାକର୍ମୀ ନିଜ ଗ୍ରାମର ଥିବା ନଳକୂପ ମାନଙ୍କର ବ୍ଲିଚିଂ ପାଉଡର ଦ୍ୱାରା ବିଶୁଦ୍ଧ କରଣ କରାଗଲା । ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାର ପୁରେନା ନିଜେ ସର୍ଗିଜୁରି ଗ୍ରାମରେ ଘର ଘର ବୁଲିକି ସର୍ବେକ୍ଷଣ ର ଯାଞ୍ଚ କଲେ ।

ଅମ୍ଳାନ କାର୍ଯ୍ୟକ୍ରମରେ ଦେଓଲୀ ଉଚ୍ଚ ବିଦ୍ୟାଳୟ ସତିଭଟାର ନବମ ଏବଂ ଦଶମ ଶ୍ରେଣୀ ର ୧୩୦ ଜଣ ଛାତ୍ର ଓ ଛାତ୍ରୀ ମାନଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଗଲା । ଏହି ଅମ୍ଳାନ କାର୍ଯ୍ୟକ୍ରମ ଦ୍ଵାରା T୩ ଯଥା ଟେଷ୍ଟ, ଟ୍ରିଟ ଏବଂ ଟକ୍ ଆଧାରରେ ଛାତ୍ର ଛାତ୍ରୀ ମାନଙ୍କର ରକ୍ତ ନମୂନା ଦ୍ଵାରା ହୀମୋଗ୍ଲୋବିନ୍ ପରୀକ୍ଷା କରାଗଲା, ଏବଂ ଆନିମିଆ ର ଲକ୍ଷଣ,କାରଣ, ନିରାକରଣ ଓ ଚିକିତ୍ସା ବିଷୟରେ ବୁଝାଗଲା । ଶେଷରେ ଆଶାକର୍ମୀ ସତିଭଟା ଛାତ୍ର ଛାତ୍ରୀ ମାନଙ୍କୁ ହାତ ଧୋଇବାର ସଠିକ୍ ଉପାୟ କରିକି ଦେଖାଇଲେ ଏବଂ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାର ଘରୋଇ ORS ପ୍ରସ୍ତୁତି ବିଷୟରେ ବୁଝାଇଲେ ।