ବୌଦ୍ଧ, ୧୮/୭ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ/ରଞ୍ଜନ ପାତ୍ର): ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ 179 ଗ୍ରାଜୁଏଟ ଶିକ୍ଷକଙ୍କୁ ବରିଷ୍ଠ ପ୍ରଧାନ ଶିକ୍ଷକ ଭାବେ ପେଦୋନ୍ନତି ଦିଆ ଯାଇଥିବା ବେଳେ ସେମଧ୍ୟରୁ 59ଜଣ ହରଭଙ୍ଗା ବ୍ଲକ ରେ ପଦୋନ୍ନତି ପାଇଛନ୍ତି l ଶିକ୍ଷକ ପଦୋନ୍ନତି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇ ବିଭିନ୍ନ ସମୟରେ ଶିକ୍ଷାବିଭାଗର ବିଭ୍ରାଂତିକର ତ୍ରୁଟି ପୂର୍ଣ୍ଣ ନିର୍ଦେଶନାମା ଯୋଗୁଁ ଜିଲ୍ଲା ଶିକ୍ଷକ ପେଦୋନ୍ନତିରେ ଅନିଶ୍ଚିତତା ଦେଖାଯାଇଥିଲା l ବିଭିନ୍ନ ଗଣମାଧ୍ୟମରେ ଏହା ଚର୍ଚ୍ଚା ଜୋର ଧରିଥିବା ବେଳେ, ହାଇକୋର୍ଟଙ୍କ ଆନ୍ତରୀଣ ସ୍ଥଗିତାଦେଶ ପଦୋନ୍ନତିରେ ବାଧା ସୃଷ୍ଟି କରିଥିଲା l ଆବେଦନକାରୀ ଶିକ୍ଷକ ମାନେ ଆଜି ହାଇକୋର୍ଟରୁ ମାମଲା ପ୍ରତ୍ୟାହୃତ କଲାପରେ ଜିଲ୍ଲାପାଳ ତୁରନ୍ତ କାଉନସେଲିଙ୍ଗ ମାଧ୍ୟମରେ ଶିକ୍ଷକ ପଦୋନ୍ନତି ଦେବାପାଇଁ ଜିଲ୍ଲା ଶିକ୍ଷାଧିକାରୀ ଡ.ଉଦୟନାଥ ମାଝୀ ଙ୍କୁ ନିର୍ଦ୍ଦେଶ ଦେବାପରେ, ପଦୋନ୍ନତି କାର୍ଯ୍ୟକ୍ରମ କରାଯାଇଥିଲା l ଜିଲ୍ଲାପାଳ ଙ୍କ ଏହି ପଦକ୍ଷେପ ପାଇଁ ଶିକ୍ଷକ ମାନେ ଖୁସିବ୍ୟକ୍ତ କରିଥିବା ବେଳେ ଡିଇଓ ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି l ହରଭଙ୍ଗା ବ୍ଲକ ରେ 59 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଇଓ ଶ୍ରୀ ଅଜୟ କୁମାର ଲୁହା ନିଯୁକ୍ତିପତ୍ର ପ୍ରଦାନ କରିଥିବା ବେଳେ, ତୁରନ୍ତ ଲେବେଲ 4 ଶିକ୍ଷକ ପଦୋନ୍ନତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।