ନୂଆଦିଲ୍ଲୀ:(ପଶ୍ଚିମ ଓଡିଶା ବାର୍ତ୍ତା)-ବାହାନଗା ରେଳ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ। ସେ ଲେଖିଛନ୍ତି ଯେ, ଦୁର୍ଘଟଣାର ଏହି ଚିତ୍ର ଆମକୁ ଏକ ଦୀର୍ଘ ସମୟ ଧରି ଡରାଇବ। ଏହି ଦୁଃଖଦ ସମୟରେ ସେ କେବଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପିଲାମାନଙ୍କୁ ଶିକ୍ଷା ଆକାରରେ ସାହାଯ୍ୟ କରିପାରିବେ। ବୋର୍ଡିଂ ସୁବିଧା ଥିବା ସେହୱାଗ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ସେହୱାଗ୍ କହିଛନ୍ତି।