ପଦ୍ମପୁର:(ପଶ୍ଚିମ ଓଡିଶା ବାର୍ତ୍ତା): ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ବୁଧାପାଲି ଗ୍ରାମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓଡ଼ିଶା ର ଅମ୍ଳାନ( ଅନିମିଆ ମୁକ୍ତ ଲକ୍ଷ ଅଭିଯାନ) କାର୍ଯ୍ୟକ୍ରମ ଅନୁଷ୍ଠିତ ତା.୦୫.୦୬.୨୩ ଓ ତା.୦୬.୦୬.୨୩ ରେ କରାଗଲା, ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ(C.H.O) ପୁରେନା ଦୀପକ କୁମାର ସାହୁ, ବହୁ ମୁଖି ସ୍ଵାସ୍ଥ୍ୟ କର୍ମୀ (ମହିଳା),ଆଶା କର୍ମୀ,ଅଙ୍ଗନୱାଡ଼ି କର୍ମୀ ବୁଧାପାଲି ଉପସ୍ଥିତ ରହିକି ୬ ମାସରୁ ଉର୍ଦ୍ଧ୍ବ ଏବଂ ୫ ବର୍ଷ ର କମ୍ ଶିଶୁ, ନନ୍ ସ୍କୁଲ ଗୋଇଂ ବାଳକ ବାଳିକା, ପ୍ରସୂତି ମହିଳା, ଗର୍ଭବତୀ ମହିଳା, ନବଦମ୍ପତି ମାନଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରିବା ସହିତ ଆଇରନ ଶିରପ ଏବଂ ବଟିକା ବଣ୍ଟନ କଲେ । ଏହି ଦୁଇ ଦିନରେ ପାଖାପାଖି ୧୭୦ ଜଣଙ୍କର ହୀମୋଗ୍ଲୋବିନ ପରୀକ୍ଷା କରାଗଲା । ଏହି ଅମ୍ଳାନ କାର୍ଯ୍ୟକ୍ରମ ଦ୍ଵାରା T୩ ଯଥା ଟେଷ୍ଟ, ଟ୍ରିଟ ଏବଂ ଟକ୍ ଆଧାରରେ ଅଂଶଗ୍ରହଣକାରିମାନଙ୍କର ରକ୍ତ ନମୂନା ଦ୍ଵାରା ହୀମୋଗ୍ଲୋବିନ୍ ପରୀକ୍ଷା କରାଗଲା, ଉପଯୁକ୍ତ ମାନଙ୍କୁ ଔଷଧ ଦିଆଗଲା ଏବଂ ଆନିମିଆ ର ଲକ୍ଷଣ, କାରଣ, ନିରାକରଣ ଓ ଚିକିତ୍ସା ବିଷୟରେ ବୁଝାଗଲା । ଆଗାମୀ ଦିନରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସମସ୍ତ ଗ୍ରାମରେ ଏହି ଅମ୍ଳାନ କାର୍ଯ୍ୟକ୍ରମ କରାଯିବ ।