ବୌଦ୍ଧ,୩୦/୦୬ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରଞ୍ଜନ କୁମାର ପାତ୍ର): ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଖଟ ଖଟିଆ ସ୍ଥିତ ସଭା ଗୃହରେ ଚଳିତ ଶିକ୍ଷା ବର୍ଷର ନୋବୋଦୟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବାରୁ ଆଜି ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସମସ୍ତ ଅପା, ଭାଇ, ଅଭିଭାବକ, ଛାତ୍ର, ଛାତ୍ରୀ, ପରିଚାଳନା ନିର୍ଦ୍ଦେଶ, ସଭାପତି ମିଶି ଛାତ୍ର ଉତ୍ତର କୁମାର ପ୍ରଧାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଦମା ମୁଣ୍ଡା ଗ୍ରାମର ଚାଷୀ ନିରୋଦ୍ ପ୍ରଧାନ ଙ୍କ ପୁତ୍ର ଅଟନ୍ତି, ଆଗାମୀ ଦିନରେ ଏ ଅନୁଷ୍ଟାନ କିଭଳି ଆହୁରି କୃତୀ ଛାତ୍ର ବାହାରି ବେ ସେଥିପ୍ରତି ସ୍କୁଲ ର ସମସ୍ତେ ଯତ୍ନବାନ୍ ହେବାକୁ ପରିଚାଳନା ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ।ଛାତ୍ର ଉତ୍ତର କୁମାର ପ୍ରଧାନ ସମସ୍ତ ଶ୍ରେୟ ନିଜ ବାପା, ମା ସ୍କୁଲ ର ସମସ୍ତ ଅପା ଭାଇ ମାନଙ୍କୁ ଦେଇଥିଲେ।ସ୍କୁଲର ଅଧକ୍ଷ ଜଗନ୍ନାଥ ଖେତି,ଶିକ୍ଷକ ନେପାଲ ଚନ୍ଦ୍ର ପଲିଆ, ସତ୍ୟ ନାରାୟଣ ଖେତୀ, ସୁଚିଶ୍ମିତା ପ୍ରଧାନ, ସୁମିତ୍ କୁମାର ସାହୁ, ଅପା ମମତା ସେଠୀ, ଅନୁଷ୍ଠାନ ର ସଭାପତି ଗଣେଶ ବାରିକ, ପ୍ରମୁଖ ଛାତ୍ର କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଓ ତାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ସଭା ଶେଷରେ ଅନୁଷ୍ଠାନ ସଭ୍ୟ ଗୁପ୍ତେଶ୍ୱର କ୍ଷେତି ଧନ୍ୟବାଦ ଦେଇଥିଲେ।ଅନୁଷ୍ଠାନ ଟି ସମ୍ପୂର୍ଣ ଆଧ୍ୟମିତ୍କ ପରିବେଶ ସହିତ ଉତ୍ତମ ଶିକ୍ଷା ଦାନ, ନାଚ, ଗୀତ, ସଙ୍ଗୀତ ର ସୁବିଧା ଯୋଗୁ ଅନେକ ସୁନାମ ଅର୍ଜନ କରିପାରିଛି !