ପଦ୍ମପୁର, ୨୮/୫ (ପଶ୍ଚିମ ଓଡିଶା ବାର୍ତ୍ତା): ଆଜି ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଅନ୍ତର୍ଗତ ସତିଭଟା ଗ୍ରାମରେ ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ(C.H.O) ପୁରେନା ଦୀପକ କୁମାର ସାହୁ, ଆଶା କର୍ମୀ,ଅଙ୍ଗନୱାଡ଼ି କର୍ମୀ ସତିଭଟା, ଗାଁ କଲ୍ୟାଣ ସମିତି ସତିଭଟା ର ସଭାପତି ଉପସ୍ଥିତ ରହିକି କିଶୋରୀ ବାଳିକାମାନଙ୍କୁ ଋତୁସ୍ରାବ ବିଷୟରେ ହେଉଥିବା ଶାରୀରିକ, ମାନସିକ ପରିବର୍ତ୍ତନ ବିଷୟରେ ବୁଝାଇଥିଲେ । ଋତୁସ୍ରାବ ସମୟରେ କଣ କଣ କରିବେ ଯଥା ପ୍ରତିଦିନ ସ୍ନାନ କରିବା ଏବଂ ଶରୀରକୁ ପରିଷ୍କାର ରଖିବା,ସାନିଟାରୀ ପ୍ୟାଡ ବ୍ୟବହାର କରିବା, ୪-୬ ଘଣ୍ଟା ଅନ୍ତରରେ ସାନିଟାରୀ ପ୍ୟାଡ଼ କୁ ବଦଳାଇବା, ବ୍ୟବହୃତ ପୂର୍ବରୁ ଏବଂ ପରେ ଭଲଭାବରେ ହାତକୁ ସାବୁନ ରେ ଧୋଇବା ଇତ୍ୟାଦି ବିଷୟରେ ବୁଝାଇଥିଲେ । ଶେଷରେ ଆସିଥିବା କିଶୋରି ବାଳିକାମାନଙ୍କୁ ଗାଁ କଲ୍ୟାଣ ସମିତି ସତିଭଟା ର ସଭାପତି ଶ୍ରୀମତୀ ନିଲକାନ୍ତି ସାହୁ ସରକାରଙ୍କ ତରଫରୁ ଆସୁଥିବା ସାନିଟାରୀ ପ୍ୟାଡ (ଖୁସି) ସହିତ ଋତୁସ୍ରାବ ଜନିତ ପରିଚ୍ଛନ୍ନତା ର ଲିଫ୍ ଲେଟ ମାଗଣାରେ ବଣ୍ଟନ କରିଥିଲେ ।