ବରଗଡ:-ଏସ ତୁରୁଙ୍ଗା ଠାରେ ୨ଦିନ ଧରି ରାମଲୀଳା ସ୍ୱର୍ଗତ ଗଣକବି ବୈଷ୍ଣବ ପାଣି ଆଧାରିତ ଗୀତିନାଟ୍ୟ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ଉଲ୍ଲେଖନୀୟ ଏହି ଯେ,୧୯୦ ବର୍ଷର ଏହି ରାମଲୀଳାରେ ୨ ଟି ପିଢ଼ି ଅଭିନୟ କଲାପରେ ତୃତୀୟ ପିଢିରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ରାଜା ଉଗ୍ରସେନ ଅଭିନୟ ରେ ଅଭିନୟ କରୁଥିବା ଆର୍ତ୍ତତ୍ରାଣ ମହାପାତ୍ର,ଗୋପିନାଥ ମହାପାତ୍ର,ହେମସାଗର ମହାପାତ୍ର ଯଥାକ୍ରମେ ରାବଣ,ମହି ରାବଣ ଅଭିନୟ ନିଖୁଣତାର ସହ କରିଥିବାବେଳେ,ମନ୍ଦୋଦରୀ ଅଶୋକ ଶତପଥୀ,ସୀତା ମନୋଜ ମହାପାତ୍ର,ରାମ ପୁରୁଷୋତ୍ତମ ମହାପାତ୍ର,ଲକ୍ଷ୍ମଣ ବିରେନ୍ଦ୍ର ମହାପାତ୍ର ଓ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ଅକ୍ରୁର ଲଳିତ ମୋହନ ପଣ୍ଡା ବେଶ ଚିତ୍ତାକର୍ଷକ ନିଖୁଣ ଅଭିନୟ କୁ ଦର୍ଶକ ଉପଭୋଗ କରିଥିଲେ।ଦୂତଦ୍ୱାରୀ ପଞ୍ଚାନନ ମହାପାତ୍ର ଙ୍କ ଅଭିନୟ ଉଚ୍ଚକୋଟୀର ହୋଇଥିଲା।ଏହି ରାମଲୀଳା ଦେଖିବାପାଇଁ ବରଗଡ ଜିଲ୍ଲାର ଗ୍ରାମାଞ୍ଚଳରୁ ବହୁଦର୍ଶକଙ୍କ ଭିଡ଼ ଲାଗିରହିଥିଲା।