ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ)-ଆଜି ସକାଳ 7 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟସମିତି ତରଫରୁ ସ୍ୱଚ୍ଛ ଭାରତ ସଂଗଠନ ର ମିଳିତ ସହଯୋଗ ରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି l ସକାଳ 6 ଟା ରେ ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନସ୍ୱାସ୍ଥ୍ୟ ଅଧିକରୀ ଡା. ବିଶ୍ୱରଂଜନ ପତି ନିଜେ ଝାଡୁ ଧରି ଏହି ଅବସର ରେ ଏକ ସ୍ୱଛତା ଶିବିର କୁ ଶୁଭ ଉଦଘାଟନ କରି ସମସ୍ତ ଅଧିକାରୀ ଓ ସ୍ବେଛାସେବୀ ଙ୍କ ସହ ହସ୍ପିଟାଲ ପରିସର ରେ ଏକ ମେଗା ସଫେଇ ଅଭିଯାନ ରେ ସାମିଲ ଥିଲେ l ପରେ ପରେ ହସ୍ପିଟାଲ ପରିସର ରେ ସିଡିଏମ ଓ ଶ୍ରୀ ପତି ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଆମେ ନିଜ ଠୁଁ ପରିବର୍ତ୍ତନ ଆରମ୍ଭ କଲେ ଆମ ସମାଜ କୁ ଦେଶ କୁ ପରିବର୍ତ୍ତନ କରି ସମଗ୍ର ଦେଶ କୁ ସ୍ୱଚ୍ଛ ସୁନ୍ଦର କରିବା ଓ ଏକ ସୁସ୍ଥ ବାତାବରଣ ତିଆରି କରିପାରବା ବୋଲି ମୁଖ୍ୟ ଅତିଥି ଶ୍ରୀ ପତି ମତ ରଖିଥିଲେ l ମୁଖ୍ୟ ଚିକିତ୍ସାଳୟ ଡା. ଦୁର୍ଗlଦତ୍ତ ଦାଶ, ଡ଼ି ପି ଏମ ଏନ ଏଚ ମ ବିଶ୍ୱମ୍ବର ବେହେରା, ହସ୍ପିଟାଲ ମ୍ୟାନେଜର ଇପସିତା ପ୍ରିୟଦର୍ଶିନୀ,, ଜି କେ ଏସ ମ୍ୟାନେଜର ହିତେଶ ତ୍ରିପାଠୀ ସ୍ଵଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଉପ -ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ବରିଷ୍ଠ ସଦସ୍ୟ ମନୋଜ ପଣ୍ଡା, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ଅବସର ରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ମେଡିକାଲ ର ବିଭିନ୍ନ ଅଧିକାରୀ, ସିନିଅର ସେବିକା ଙ୍କ ସହିତ ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ l ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରି ଅତିଥି ସ୍ୱାଗତ କରିଥିବା ବେଳେ ଡିଇଓ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।