ବରଗଡ:ପଶ୍ଚିମ ଓଡ଼ିଶା ବାର୍ତ୍ତା)-କରୋନା ମହାମାରୀ ସମୟରେ ହସ୍ପିଟାଲ କୁ ଆସୁଥିବା କୋଭିଡ ସଂକ୍ରମିତ ମାନଙ୍କ ସେବା,ଯତ୍ନ,ଚିକିତ୍ସା କରିବା କ୍ଷେତ୍ରରେ ଡାକ୍ତରଖାନା ମାନଙ୍କରେ ନର୍ସ ମାନଙ୍କ ଭୂମିକା ଅତୁଳନୀୟ ବୋଲି ଆନ୍ତର୍ଜାତିକ ନର୍ସେସ ଡେ ରେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସାଧିକାରୀ ଡ. ବିଭୁତି ଭୂଷଣ ମେହେର ମତବ୍ୟକ୍ତ କରିଛନ୍ତି।ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟରତ ନର୍ସ ମାନଙ୍କ ବ୍ୟତିତ ଡିପିଏମ ଗିରିଜା ପ୍ରସାଦ ମିଶ୍ର,ଡିଏମଆସିଏଚ ଅଶୋକ କୁମାର ସାହୁ,ଡିଏଏମ ରାଜ କୁମାର ଗୁପ୍ତା,ହସ୍ପିଟାଲ ମ୍ୟାନେଜର ସ୍ଥିତପ୍ରଜ୍ଞ ଓ ପ୍ରଶନ୍ନ ରାଉତ ଯୋଗଦାନ କରି ନର୍ସ ମାନଙ୍କ କାର୍ଯ୍ୟ କୁ ତାରିଫ କରିବା ସହ ଉତ୍ସାହିତ କରିଥିଲେ।
*ବ୍ୟୁରୋ ରିପୋର୍ଟ*