BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଚେନ୍ନାଇ, ୨୩/୫ (ପଶ୍ଚିମ ଓଡିଶା ବାର୍ତ୍ତା): ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ବାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ରନରେ ଅଲଆଉଟ ହୋଇଗଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ବାଡ ୬୦ ରନ କରିଥିବାବେଳେ ଡେଭନ କନଓ୍ବେ ୪୦ରନ କରିଥିଲେ । ରବିନ୍ଦ୍ର ଜାଡେଜା ୨୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ତରଫରୁ ଶୁଭମନ ଗିଲ ୪୨ ରନ କରିଥିବାବେଳେ ରିଦ୍ଧିମାନ ଶାହା କରିଥିଲେ ୧୨ ରନ । ମାତ୍ର ୮ରନ କରି ପାଭିଲିୟନ ଫେରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ଆସନ୍ତାକାଲି ଏଲଏସଜି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଅଛି । ଏମାନଙ୍କ ମଧ୍ୟରୁ ଯିଏ ଜିତିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ଭେଟିବ ।