BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ବିଜେପୁର, ୪/୩ (ପଶ୍ଚିମ ଓଡିଶା ବାର୍ତ୍ତା): ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି,ସେତେ ସମୀକରଣ ବଦଳିବାରେ ଲାଗିଛି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳର ସଂଗଠନକୁ ଦୃଢ଼ିଭୂତ କରିବା ପାଇଁ ତୃଣମୂଳ ସ୍ତରରେ ଡ଼ା ସୁଶିଲ ଶର୍ମାଙ୍କ ପ୍ରଚେଷ୍ଟା ଖୁବ୍ ସୁନ୍ଦର। ଦିବାରାତ୍ରି  ଏକ କରି ଗାଁ ମୁହାଁ ହେବାରେ ଲାଗିଛନ୍ତି ଡ଼ା.ଶର୍ମା।ଏଇ କିଛି ମାସ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଲୋକାଭିମୁଖୀ ଯୋଜନା, ତାର ଆଭିମୁଖ୍ୟ ଏବଂ ଦଳ ଶୃଙ୍ଖଳିତ ଭାବେ ଦେଶର ବିକାଶ ପାଇଁ ସମର୍ପିତ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା କୁ ଆଖି ଆଗରେ ରଖି ବିଜେପି ଦଳରେ ଯୋଗଦାନ କରିଥିଲେ।ଦଳକୁ ଆପଣାଇବା ପରଠାରୁ ଆଜି ଯାଏଁ ସେ ଚୁପ୍ ହୋଇ ବସିନାହାନ୍ତି । ଗାଁ ମାନଙ୍କ ସମସ୍ୟା, ଲୋକଙ୍କ ସମସ୍ୟା ଏପରିକି ଗାଁ ମାନଙ୍କର ବିକାଶ କେମିତି କେଉଁ ଭଳି ଭାବେ ହେବ ତାକୁ ନେଇ ଗାଁ ଲୋକଙ୍କ ସାଥିରେ ବସି ମାନସ ମନ୍ଥନ କାର୍ଯ୍ୟକ୍ରମ ମାନ କରିବାରେ ଲାଗିପଡିଛନ୍ତି। କ୍ରିକେଟ ଟୁର୍ଣ୍ଣାମେଣ୍ଟ ଠୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଉତ୍ସବ, ବାହାଘର, ଅନ୍ତେଷ୍ଟିକ୍ରୀୟା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ପ୍ରାୟ ଦେଖିବାକୁ ମିଳୁଛି। ନରେନ୍ଦ୍ର ମୋଦୀଙ୍କ ବିକାଶଧାରା କୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ବେଶ ଲୋକପ୍ରିୟତା ସାଉଟିବାରେ ସିଦ୍ଧହସ୍ତ ଡ଼ା ଶର୍ମା। ଶୁଣିବାକୁ ମିଳୁଛି ସେ ବିଜେପୁର ନିର୍ବାଚନ ମଣ୍ଡଳୀର ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଦଳରୁ ପ୍ରତିଦ୍ୱନ୍ଦିତା କରିବେ। ଗାଁରୁ ସହର ସବୁଠି ଚର୍ଚ୍ଚା ଏଭଳି ଉପଯୁକ୍ତ ପ୍ରାର୍ଥୀର ଆବଶ୍ୟକତା ରହିଛି। ଯଦି ସୁଶିଲ ଶର୍ମାଙ୍କୁ ବିଜେପି ଦଳ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ କରେ ତେବେ ବିଜେପୁର ରେ ସୁନିଶ୍ଚିତ ବିଜୟର ବାନା ଉଡିବ ବୋଲି ଲୋକ ମାନଙ୍କ ମୁହଁରୁ ଶୁଣାଯାଉଛି।ସେ ବର୍ତ୍ତମାନ ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଉପନିର୍ବାଚନରେ ବିଜେଡି ଦେଖାଇଥିବା ସୁନେଲି ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯାଇଛି। ଯାହା ଫଳରେ ଲୋକେ ବିଜେଡି ପ୍ରତି ବ୍ୟାପକ ଅସନ୍ତୁଷ୍ଟ ହୋଇ ନୂତନ ବିକଳ୍ପ ପାଇଁ ଚିନ୍ତାରେ ଥିବାବେଳେ,  ଏଭଳି ଘଡିସଦ୍ଧି ମୂହୁର୍ତ୍ତରେ ଡ଼ା ସୁଶିଲ ଶର୍ମାଙ୍କୁ ଦେଖି ଲୋକେ କୁହାକୁହି ହେଲେଣି ଯେ, ଡ ଶର୍ମା ହିଁ ଏକ ମାତ୍ର ବିକଳ୍ପ ବୋଲି ।