ବରଗଡ:- ତା 01.05.2023 ରିଖ ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି କ୍ଲଷ୍ଟର ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁରୁଙ୍ଗା ର ପ୍ରଧାନଶିକ୍ଷକ ବଳିଷ୍ଠ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ସେ 1997 ମସିହାରୁ ଚାକିରୀ ଆରମ୍ଭ କରି ଦୀର୍ଘ 27 ବର୍ଷ ଚାକିରୀ କାଳ ମଧ୍ୟରେ 25 ବର୍ଷ ତୁରୁଙ୍ଗା ବିଦ୍ୟାଳୟରେ ଓ 2 ବର୍ଷ ତୁମଗାଁ ବିଦ୍ୟାଳୟରେ ଚାକିରୀ କରିଛନ୍ତି l ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ନିବେଦିତା ପ୍ରିୟଦର୍ଶିନୀ ସ୍ୱାଇଁ ସଂଯୋଜନା କରିଥିଲେ l ରାମଜୀଲାଲ ଉଚ୍ଚ ବିଦ୍ୟାଳୟ ଖୁ. ତୁରୁଙ୍ଗାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସରୋଜ ହୋତା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶଶିକାନ୍ତ ରାୟ, ବିଦ୍ୟାଳୟ ପରିଚାଳନା କମିଟୀର ଚେୟାରମ୍ୟାନ ଆଦିତ୍ୟ ସାହୁ ଯୋଗଦେଇ ବିଦାୟୀ ଶିକ୍ଷକ ବଳିଷ୍ଠ ସାହୁଙ୍କୁ ଉପଢୌକନ, ମାନପତ୍ର, ଛତା ଓ ଜୋତା ପ୍ରଦାନକରି ସମ୍ମାନିତ କରିବା ସହ ତାଙ୍କ ଶିକ୍ଷକତା ଜୀବନ ସମସ୍ତ ପ୍ରେରଣାର ଉତ୍ସ ବୋଲି ଦୀର୍ଘ ଆରୋଗ୍ୟ ଜୀବନ କାମନା କରିଥିଲେ l ପୁରାତନ ଛାତ୍ର ସଂସଦ ସରକାରୀ ଉଚ୍ଚ ପ୍ରାଥମିକ ଖୁ. ତୁରୁଙ୍ଗାର ସଭ୍ୟ ଅନିଲ କୁମାର ଭୋଇଙ୍କ ନିର୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ବିଦାୟୀ ସଂଗୀତ ଗାନ କରି ବିଦାୟୀ ଶିକ୍ଷକଙ୍କ ମଙ୍ଗଳ କାମନା କରିଥିଲେ l ବିଦ୍ୟାଳୟର ଶିକ୍ଷକ ମୁରଲୀ ପଧାନଙ୍କୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାର ବିକାଶରେ ପାରଦର୍ଶିତା ପାଇଁ ତାଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷକ ଅନିଲ, ମହାନ୍ତି ସାର, ଓ ରାମଜୀଲାଲ ଉଚ୍ଚ ବିଦ୍ୟାଳୟ ଖୁ. ତୁରୁଙ୍ଗା ର ଶିକ୍ଷକ ସୁବାଷ ପଟେଲ, ସଂଜୀବ କୁମାର ଦାଶ, ଯୁଗଳ ଚରଣ ପଣ୍ଡା, ଦୁର୍ଗା ପ୍ରସାଦ ସାହୁ, ପ୍ରିୟଦର୍ଶିନୀ ନମିତା ସାହୁ, ପ୍ରମୋଦ ପଧାନ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ସୁବାଷ ଚନ୍ଦ୍ର ସାହୁ, ଶିବପ୍ରସାଦ ନାଏକ, ସୁନୀଲ କୁମାର ସାହୁ, ବିଦ୍ୟାଳୟପରିଚାଳନା କମିଟୀ ର ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ l ଶେଷରେ ସମସ୍ତେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ୍ୟ ପରିକ୍ରମା କରି ତାଙ୍କ ପୈତୃକ ଗ୍ରାମ ଖୁଣ୍ଟପାଲି କୁ ନେଇ ଘରକୁ ଯାଇ ଛାଡିଥିଲେ l